ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଜଣଙ୍କ ଗାଁ ପାଖରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଯାତ୍ରାପାର୍ଟିର କେହି ବ୍ୟକ୍ତି ତାକୁ ଦୁଷ୍କର୍ମ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନେମାଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଯାତ୍ରା ପାର୍ଟିର ସମସ୍ତ ସଦସ୍ୟଙ୍କୁ ଅଟକ ରଖିଛି ପୁଲିସ୍ ।
ପୀଡିତାଙ୍କ ଦାଦା କହିଛନ୍ତି,“ ଆମ ଗାଁ ପାଖରେ ପ୍ରଥମାଅଷ୍ଟମୀ ଉପଲକ୍ଷେ ଯାତ୍ରା ହେଉଥିଲା। କାଲି ଯାତ୍ରାର ଦ୍ୱିତୀୟ ଦିନ ଥିଲା। କାଲି ସନ୍ଧ୍ୟାରେ ଝିଅ ପରିବାର ସହ ଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଯାଇଥିଲା। ରାତିରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଆମେ ତାକୁ ପାଇଲୁ ନାହିଁ। ଆଜି ସକାଳେ ଜଙ୍ଗଲରୁ ଆମେ ଝିଅକୁ ପାଇଲୁ। ଯାତ୍ରା ପାର୍ଟିର ଜଣେ ପିଲା ତାକୁ ନାଚ ଶିଖାଇଦେବାକୁ କହିଥିଲା। ସେହି ପିଲା ତାକୁ ନେଇ ଦୁଷ୍କର୍ମ କରିଥିବା ଆମ ଝିଅ କହିଛି।”
from Odisha Reporter https://ift.tt/2s2qvwo
No comments:
Post a Comment