କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ଦିବାରାତ୍ରୀ ଟେଷ୍ଟ। ଏହି ମ୍ୟାଚକୁ ଦେଖିବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ବିମାନ ବନ୍ଦରରେ ଶେଖ ହସିନା ପହଞ୍ଚିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ମ୍ୟାଚକୁ ଶେଖ ହାସିନା ଉଦଘାଟନ କରିବେ। ପ୍ରଥମ ଥର ପାଇଁ ଦିବାରାତ୍ରୀ ଟେଷ୍ଟ ଖେଳା ଯାଉଥିବାରୁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶେଖ ହାସିନାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଷ୍ଟାଡ଼ିୟମରେ ମ୍ୟାଚ ଦେଖିବେ ବୋଲି ଜଣାପଡ଼ିଛି। ଦିବାରାତ୍ରୀ ଟେଷ୍ଟ ମ୍ୟାଚର ପ୍ରସ୍ତାବକ ନିଜେ ଗାଙ୍ଗୁଲି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚକୁ ଭଲ ଭାବରେ ନିରୀକ୍ଷଣ କରିବେ।
Kolkata: Bangladesh PM Sheikh Hasina arrives at Subhash Chandra Bose International Airport. Bangladesh PM will inaugurate the first day-night test match between India&Bangladesh at Eden Gardens today. #WestBengal https://t.co/6XCWctM4In pic.twitter.com/LFDCGBY0Ap
— ANI (@ANI) November 22, 2019
ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ରହିଛି। ପ୍ରଥମ ଥର ପାଇଁ ଏହି ଦାବିରାତ୍ରୀ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ବଲର ରଙ୍ଗ ମଧ୍ୟ ଗୋଲାପୀ ରହିଛି। ତେଣୁ ଏହାକୁ ଐତିହାସିକ ମ୍ୟାଚ ବୋଲି କୁହାଯାଉଛି। ମ୍ୟାଚ ଆରମ୍ଭରୁ ପ୍ରଥମ ଘଣ୍ଟାଏ ବୋଲରଙ୍କୁ ସୁହାଇବ ବୋଲି ଜଣାପଡ଼ିଛି। ଭାରତର ଅଧିନାୟକ ବିରାଟ କୋହଲି ମଧ୍ୟ ନିଜେ ଏହାକୁ ସ୍ୱୀକାର କରିଛନ୍ତି। ତେଣୁ ଏହି ଟେଷ୍ଟ ମ୍ୟାଚରେ ଟସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/34e1pJ6
No comments:
Post a Comment