ଗୋଟିଏ ଫିଲ୍ମ ପାଇଁ ଅକ୍ଷୟ ନେବେ ୧୦୦ କୋଟି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ଗୋଟିଏ ଫିଲ୍ମ ପାଇଁ ଅକ୍ଷୟ ନେବେ ୧୦୦ କୋଟି !

ମୁମ୍ବାଇ: ବ୍ୟାକ୍ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇ ଅକ୍ଷୟ ଏବେ ବ୍ରାଣ୍ଡ ଭାଲ୍ୟୁରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଫିଲ୍ମ ‘ମିଶନ୍ ମଙ୍ଗଲ୍‌’ ଓ ‘ହାଉସଫୁଲ୍‌ ୪’ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବାବେଳେ ତାଙ୍କ ହାତକୁ ଆସିଛି ଆଉ ଏକ ବଡ଼ ଅଫର୍‌। ସୂଚନା ଅନୁଯାୟୀ, ଅକ୍ଷୟ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ବାଶୁ ଭଗନାନିଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି, ଭଗନାନି ଏଥିପାଇଁ ଅକ୍ଷୟଙ୍କୁ ୧୦୦ କୋଟି ଟଙ୍କା ଦେବେ। ଯଦି ଖବରଟି ସତ, ତା’ହେଲେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ପାରିଶ୍ରମିକ ନେବାରେ ଅକ୍ଷୟ ବଲିଉଡ୍‌ର ପ୍ରଥମ ଅଭିନେତା ବନିଯିବେ। ତେବେ ଅକ୍ଷୟ କିମ୍ବା ଫିଲ୍ମର ନିର୍ମାତା ଏନେଇ କିଛି କହି ନାହାନ୍ତି।

ଏହି ଫିଲ୍ମଟିକୁ ବାଶୁ ଭଗନାନି ଓ ନିର୍ଦ୍ଦେଶକ ନିଖିଲ୍ ଆଡ଼ଭାନୀ ମିଶିକି ତିଆରି କରିବେ। ଏବେ ଫିଲ୍ମର ଅଭିନେତ୍ରୀ ଖୋଜା ଚାଲିଛି। ପୂରା ଷ୍ଟାର୍‌କାଷ୍ଟ୍ ଫାଇନାଲ୍ ହୋଇଗଲେ ଶୁଟିଂ ଆରମ୍ଭ କରାଯିବ। ଏହି ଫିଲ୍ମର ଅଧିକାଂଶ ଶୁଟିଂ ଲଣ୍ଡନରେ ହେବ ବୋଲି କୁହାଯାଉଛି। ଏକ ସମୟରେ ବଲିଉଡ୍‌ର ପ୍ରଡ୍ୟୁସର୍‌ ନମ୍ବର ୱାନ୍‌ ଥିବା ବାଶୁ ଭଗନାନି ନିଜ ଫିଲ୍ମରେ ବଡ଼ ବଡ଼ ତାରକା ନେବା ତଥା ନୂଆ ନୂଆ ଲୋକେଶନ୍‌ରେ ଶୁଟିଂ କରିବା ନେଇ ବେଶି ପରିଚିତ।

 

View this post on Instagram

#MidWeekBlues anyone, after a mid-week holiday? 😫

A post shared by Akshay Kumar (@akshaykumar) on

ସୂଚନା ଅନୁଯାୟୀ, ଅନେକ ଦିନ ହେବ ଅକ୍ଷୟ ଓ ଭଗନାନି ଏକାଠି କାମ କରିବାକୁ ଚାହୁଁଥିଲେ। ତିନିବର୍ଷ ପୂର୍ବେ ସେମାନେ ଏକାଠି ଫିଲ୍ମ ‘ଏୟାରଲିଫ୍ଟ’ରେ କାମ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ଭଗନାନି ଡେଭିଡ୍ ଧୱନ୍‌ଙ୍କ ଫିଲ୍ମ ‘କୁଲି ନମ୍ବର ୱାନ୍‌’ର ରିମେକ୍‌ର ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମରେ ବରୁଣ ଧୱନ୍‌ ଓ ସାରା ଅଲ୍ଲୀ ଖାନ୍‌ ଲିଡ୍‌ ରୋଲ୍‌ରେ ଅଛନ୍ତି।

 

 



from Odisha Reporter https://ift.tt/2ClZENL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages