ଅଧିକ ଆଗ୍ରେସିଭ୍ ହୋଇ ଫସିଗଲେ ସିଦ୍ଧାର୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ଅଧିକ ଆଗ୍ରେସିଭ୍ ହୋଇ ଫସିଗଲେ ସିଦ୍ଧାର୍ଥ

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ରେ ଦିନକୁ ଦିନ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବେ ଶୋ’ରୁ ଅନ୍ୟତମ ଦମଦାର୍‌ ପ୍ରତିଯୋଗୀ ରଶ୍ମି ଦେଶାଇ ଓ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ବାହାର କରି ଦିଆଯାଇଥିଲା। ଏହାକୁ କେହି ସହଜରେ ବିଶ୍ୱାସ କରିପାରି ନଥିଲେ। ବିଶେଷ କରି ସେମାନଙ୍କ ଫ୍ୟାନ୍‌ମାନେ ବହୁତ ନିରାଶ ହୋଇଥିଲେ। ଅବଶ୍ୟ ଚର୍ଚ୍ଚା ହେଉଛି ଯେ ସେମାନେ ‘ବିବି’ ଘରୁ ପୂରା ବାହାରି ଯାଇ ନାହାନ୍ତି। ସେମାନଙ୍କୁ ଏକ ସିକ୍ରେଟ୍‌ ରୁମ୍‌ରେ ରଖାଯାଇଛି। ହେଲେ ଶୋ’ରେ ଏପର୍ଯ୍ୟନ୍ତ ଏଭଳି କିଛି ଦେଖିବାକୁ ମିଳିନାହିଁ। ଆଉ ୟା ଭିତରେ ଅନ୍ୟ ଜଣେ ଦମଦାର୍‌ ପ୍ରତିଯୋଗୀଙ୍କୁ ମଧ୍ୟ ବାହାରର ରାସ୍ତା ଦେଖାଇ ଦିଆଯାଇଛି। ସେ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା। ‘ବିଗ୍‌ ବସ୍‌’ର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍‌ ହୋଇଥିବା ଏକ ପ୍ରୋମୋରେ ଦେଖିବାକୁ ମିଳିଛି ଯେ ‘ବିଗ୍‌ ବସ୍‌’ ସିଦ୍ଧାର୍ଥଙ୍କୁ ଘରୁ ବାହାର କରି ଦେଉଛନ୍ତି।

ଶୋ’ ଆରମ୍ଭରୁ ହିଁ ସିଦ୍ଧାର୍ଥ ନିଜ ରାଗ ଓ  ଆଗ୍ରେସିଭ୍‌ ବ୍ୟବହାର ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏଥିପାଇଁ ତାଙ୍କୁ ସୋଶାଲ୍ ମିଡିଆରେ ଅନେକ ଟ୍ରୋଲ୍‌ ମଧ୍ୟ କରାଯାଇଛି। ଆଉ ଶେଷରେ ଏହି ରାଗ ଓ ମାତ୍ରାଧିକ ଆଗ୍ରେସିଭ୍‌ ତାଙ୍କ ଉପରେ ଭାରି ପଡ଼ିଛି।

ଶୋ’ର ଆସନ୍ତା ଏପିସୋଡ୍‌ରେ ଦେଖିବାକୁ ମିଳିବ ଯେ ‘ବିଗ୍‌ ବସ୍‌’ ଘରର ସଦସ୍ୟମାନଙ୍କୁ ଏକ ଟ୍ରାନ୍ସପୋର୍ଟ ଟାସ୍କ ଦିଆଯାଇଛି। ଆଉ ଏହି ଟାସ୍କ ସମୟରେ ସିଦ୍ଧାର୍ଥ ଅଧିକ ଆଗ୍ରେସିଭ୍ ହୋଇ ଟଣାଓଟରା କରୁଛନ୍ତି। ଫଳରେ ମାହିରା ଶର୍ମାଙ୍କୁ ଆଘାତ ମଧ୍ୟ ଲାଗିଛି। ସିଦ୍ଧାର୍ଥଙ୍କର ଏଭଳି ବ୍ୟବହାରରେ ବିଗ୍‌ ବସ୍‌ କ୍ଷୁବ୍ଧ ହୋଇ ତାଙ୍କୁ ୱିକେଣ୍ଡ୍ ପୂର୍ବରୁ ହିଁ ଘରୁ ବାହାର କରି ଦେଇଛନ୍ତି। ତେବେ ସିଦ୍ଧାର୍ଥ ସତରେ ଘରୁ ବାହାରିଛନ୍ତି ନା ସିକ୍ରେଟ୍‌ ରୁମ୍‌କୁ ଯାଇଛନ୍ତି, ତାହା ଆଗାମୀ ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ।

 



from Odisha Reporter https://ift.tt/2JPB38g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages