‘ଖାକି ପିନ୍ଧିବାକୁ ଡ଼ର ଲାଗୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

‘ଖାକି ପିନ୍ଧିବାକୁ ଡ଼ର ଲାଗୁଛି’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ତେଜୁଛି ଆଇନଜୀବୀ ଏବଂ ପୁଲିସ୍ ବିବାଦ। ଗତ ସପ୍ତାହରେ ତିସ୍ ହଜାରୀ କୋର୍ଟ ପରିସରରେ ଜଣେ ପୁଲିସ୍ ଆଇନଜୀବୀଙ୍କ ଆକ୍ରମଣର ଶିକାର ହେବା ପରେ ଏହି ବିବାଦ ତେଜିଛି। ଆଜି ଦିଲ୍ଲୀ ପୁଲିସ କମିଶନଙ୍କ କାର୍ଯ୍ୟାଳୟ ଆଗରେ ପୁଲିସ କର୍ମୀମାନେ ହାତରେ କଳାବ୍ୟାଚ ବାନ୍ଧି ଏକାଠି ହୋଇଛନ୍ତି। ପୁଲିସ କର୍ମୀଙ୍କୁ ଆକ୍ରମଣ କରିଥିବା ଆଇନଜୀବୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦିଲ୍ଲୀ ପୁଲିସ କର୍ମୀ ଦାବି କରିଛନ୍ତି।

ସେହିପରି ପୁଲିସର କାର୍ଯ୍ୟକୁ ବିରୋଧ କରି ଦିଲ୍ଲୀର ସମସ୍ତ ଜିଲ୍ଲା କୋର୍ଟର କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ଓକିଲମାନେ ଆନ୍ଦୋଳନ କରିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ନିୟମିତ ଭାବରେ ଚାଲୁଛି।

ଆନ୍ଦୋଳନକାରୀ ପୁଲିସ କହିଛନ୍ତି, ସ୍ଥିତି ଏମିତି ହୋଇଛି ଯେ ଖାକି ପୋଷାକ ପିନ୍ଧିବାକୁ ଭୟ ଲାଗୁଛି। ତିନି ଦିନ ଭିତରେ ପୁଲିସ କର୍ମୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣର ଶିକାର ହୋଇଛନ୍ତି। ଆଇନଜୀବୀଙ୍କ ଦ୍ୱାରା ଆକ୍ରମଣ ସମ୍ଭାବନା ଅଧିକ ରହିଥିବାରୁ ଏବେ ସେମାନଙ୍କୁ ଖାକି ପୋଷାକ ପିନ୍ଧିବାକୁ ଡ଼ର ଲାଗୁଛି ବୋଲି କହିଛନ୍ତି।

ଦିଲ୍ଲୀର ଡିସିପି କହିଛନ୍ତି, କୋର୍ଟର ଅର୍ଡର ଆସିଛି, ସମସ୍ତଙ୍କୁ ଶୃଙ୍ଖଳିତ ହୋଇ କାମ କରିବାକୁ ହେବ। ଏ ବାବଦରେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ଚାଲିଛି। ତେଣୁ ପୁଲିସ କର୍ମୀ ଆନ୍ଦୋଳନ ନକରି ନିଜ ନିଜ ଡ୍ୟୁଟିକୁ ଯିବା ପାଇଁ ଅପିଲ୍ କରିଛନ୍ତି।

ଗତ ଶନିବାର ତିସ୍ ହଜାରୀ କୋର୍ଟ ପରିସରରେ ଆଇନଜୀବୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏମିତି ଉପୁଜିଥିଲା ଯେ, ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା। ଏହାପରେ ଓକିଲମାନେ ପୁଲିସ୍ ଜିପ୍ ପୋଡ଼ି ଦେଇଥିଲେ।

ସୂଚନାଯୋଗ୍ୟ, ତିସ୍ ହଜାରୀ କୋର୍ଟରେ ଏକ ଲକ୍ ଅପ ରହିଛି। ଏହି ଲକ୍ ଅପ ଭିତରକୁ କୌଣସି କାମରେ ଯିବା ପାଇଁ ଜଣେ ଓକିଲ ଇଚ୍ଛା କରିଥିଲେ। ଏହାପରେ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।



from Odisha Reporter https://ift.tt/2NhTowJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages