ମୁମ୍ୱାଇ: ମୁମ୍ବାଇରେ ଭିକ ମାଗୁଥିବା କିଛି ଛୁଆଙ୍କୁ ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଅଭିନେତା ଅନୁପମ୍ ଖେର୍। ଏହି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି।
ଏହି ପିଲାମାନେ ଫାଇଭ୍ ଷ୍ଟାର୍ ହୋଟେଲ୍କୁ ଖାଇବାକୁ ଯାଉଥିବାର ଏକ ଭିଡିଓକୁ ଅନୁପମ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୋ ସହିତ ମର୍ଣ୍ଣିଂ ୱାକ୍ କରୁଥିବା ସାଙ୍ଗମାନଙ୍କୁ ଆଜି ଏକ ହୋଟେଲ୍କୁ ଖୁଆଇବାକୁ ନେଇଥିଲି। ଆମେ ହସିଲୁ, ଗୀତ ଗାଇଲୁ ଓ ଖାଇଲୁ। ଏକାଠି ଏକ ବଢ଼ିଆ ସମୟ ବିତାଇଲୁ।”
Humbling & gratifying to take my morning walk friends to a hotel for brunch. We laughed, sang songs & ate. Great time together. When the bill came, one of them whispered, "Uncle!! Bill zyada to nahi aaya na?" This came from a child who sleeps on the streets of Mumbai. Jai Ho.😍❤️ pic.twitter.com/blazdwPiMb
— Anupam Kher (@AnupamPKher) November 4, 2019
ଅନୁପମ ଆହୁରି ଲେଖିଛନ୍ତି, “ଯେତେବେଳେ ବିଲ୍ ଆସିଲା, ସେମାନଙ୍କ ମଧ୍ୟରୁ ଜଣେ ମୋତେ ଫୁସ୍ଫୁସ୍ କରି କହିଲା, ‘ଅଙ୍କଲ୍, ବିଲ୍ ଅଧିକ ଆସି ଯାଇନି ତ?’ ସେହି ପିଲାଟି ମୁମ୍ବାଇରେ ରାସ୍ତାକଡ଼ରେ ଶୁଏ।”
ସୋଶାଲ ମିଡିଆରେ ଅନୁପମ ଶେଆର୍ କରିଥିବା ଭିଡିଓରେ ଏହି ପିଲାମାନେ ତାଙ୍କ କାର୍ରୁ ଓହ୍ଲାଇ ହୋଟେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।
from Odisha Reporter https://ift.tt/2NhX2GV
No comments:
Post a Comment