‘ବିପର୍ଯ୍ୟୟ ପାଖେଇ ଆସୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

‘ବିପର୍ଯ୍ୟୟ ପାଖେଇ ଆସୁଛି’

ମୁମ୍ୱାଇ: କଂଗ୍ରେସ ନେତା ସଞ୍ଜୟ ନିରୂପମ ଶିବସେନାକୁ ଏନସିପି-କଂଗ୍ରେସର ସମର୍ଥନକୁ ନାପସନ୍ଦ କରିଛନ୍ତି। ଶିବସେନାକୁ ସମର୍ଥନ ଦ୍ୱାରା ଶିବସେନାର ଯେତିକି ଲାଭ ନହେବ ତାଠୁ ଅଧିକ କ୍ଷତି ହେବ କଂଗ୍ରେସର ବୋଲି ସଞ୍ଜୟ ନିରୂପମ କହିଛନ୍ତି। ଶିବସେନାକୁ ସମର୍ଥନ କରିବାର ଅର୍ଥ ‘ବିପର୍ଯ୍ୟୟ ପାଖେଇ ଆସୁଛି’ ବୋଲି କହିଛନ୍ତି ଏହି କଂଗ୍ରେସ ନେତା।

ଗତକାଲି ମହାରାଷ୍ଟ୍ରର କଂଗ୍ରେସ ସଭାପତି ମିଲନ୍ଦ ଦେଓରା ଟୁଇଟ୍ କରି ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ପରାମର୍ଶ ଦେଇଥିଲେ, ରାଜ୍ୟରେ ସରକାର ଗଢ଼ିବା ପାଇଁ ସେ ଏନସିପି-କଂଗ୍ରେସ ମେଣ୍ଟକୁ ଆମନ୍ତ୍ରଣ କରିବା ଦରକାର। ଏହାପରେ ସଞ୍ଜୟ ନିରୂପମ ଏପରି କହିଛନ୍ତି।


ରାଜ୍ୟର ୨୮୮ ବିଧାନସଭା ଆସନରୁ ଏନସିପି-କଂଗ୍ରେସ ୯୮ ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୫ ରହିଛି ମ୍ୟାଜିକ ନମ୍ୱର। ଏବେ ଏନସିପି-କଂଗ୍ରେସକୁ ୫୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯାହାକି ଶିବସେନା ପାଖରେ ରହିଛି। ଯଦି ଏହି ଭଳି ସୂତ୍ରରେ ସରକାର ଗଢ଼ାଯାଏ, ତାହେଲେ ବିପର୍ଯ୍ୟୟ ହେବ ବୋଲି ସଞ୍ଜୟ କହିଛନ୍ତି।

ସେହିପରି କେରଳ କଂଗ୍ରେସ ମଧ୍ୟ ଦକ୍ଷିଣ ପନ୍ଥୀ ଚିନ୍ତାଧାରା ଦଳ ସହିତ ମେଣ୍ଟକୁ ବିରୋଧ କରିଛି। ଯଦି ମେଣ୍ଟ ହୁଏ ତା’ହେଲେ ଆଗାମୀ ଦିନରେ କେରଳ ଓ ପଶ୍ଚିମବଙ୍ଗରେ ବାମଦଳ ସହ କଂଗ୍ରେସର ମେଣ୍ଟ ଖରାପ ହେବ ବୋଲି କେରଳ କଂଗ୍ରେସ କହିଛି।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଛି। ମହାରାଷ୍ଟ୍ରରେ ଶିବସେନାକୁ କଂଗ୍ରେସ ସମର୍ଥନ କରିବ କି ନାହିଁ ଆଲୋଚନା ହେଉଛି।



from Odisha Reporter https://ift.tt/2QcFGgN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages