ଇନ୍ଦିରା ଗାନ୍ଧି ଜନ୍ମଗ୍ରହଣ କରିଥିବା ଘର ନାଁରେ ୪.୩୫ କୋଟିର ଟିକସ ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ଇନ୍ଦିରା ଗାନ୍ଧି ଜନ୍ମଗ୍ରହଣ କରିଥିବା ଘର ନାଁରେ ୪.୩୫ କୋଟିର ଟିକସ ନୋଟିସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଆନନ୍ଦ ଭବନ ନାଁରେ ଆୟକର ବିଭାଗ ୪.୩୫ କୋଟି ଟଙ୍କାର ଟିକସ୍‌ ନୋଟିସ୍‌ ପଠାଇଛି। ଏହି ଆନନ୍ଦ ଭବନରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜନ୍ମ ଗ୍ରହଣ କରିଥିଲେ। ନନ୍‌ ରେସିଡେଣ୍ଟାଲ କ୍ୟାଟାଗୋରୀ ଅଧୀନରରେ ଏଭଳି ଟିକସ ନୋଟିସ୍‌ କରାଯାଇଥିବା ଜଣାପଡ଼ିଛି। ୨୦୧୩ରୁ ଆନନ୍ଦ ଭବନ ପାଇଁ କୌଣସି ଟିକସ ଦିଆଯାଉ ନାହିଁ ବୋଲି ଆୟକର ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।

ଆନନ୍ଦ ଭବନରେ ଇନ୍ଦିରା ଗାନ୍ଧି ଜନ୍ମ ଗ୍ରହଣ କରିଥିବାରୁ ଏହାକୁ ଜବାହରଲାଲ ନେହରୁ ସ୍ମାରକୀ ଟ୍ରଷ୍ଟ ପରିଚାଳନା କରୁଛି। ଏହି ଟ୍ରଷ୍ଟର ମୁଖ୍ୟ ହେଉଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି।

ମୁଖ୍ୟ ଟିକସ ଆସେସମେଣ୍ଟ ଅଧିକାରୀ ପିକେ ମିଶ୍ରା କହିଛନ୍ତି, “ସମ୍ପତ୍ତି ଟିକସ ନିୟମ ଓ ପୌରପାଳିକା କର୍ପୋରେସନ ଆଇନ୍‌ ଅନୁଯାୟୀ ଆନନ୍ଦ ଭବନ ନାଁରେ ଟିକସ ନୋଟିସ ପଠା ଯାଇଛି। ଆନନ୍ଦ ଭବନ ନାଁରେ କେତେ ଟଙ୍କାର ଟିକସ ଟଙ୍କା ବାକି ପଡ଼ିଛି, ତା’ର ଆକଳନ କରିବାକୁ ଆମେ ସର୍ଭେ କରିଥିଲୁ। ଏଥିସହ ଆମ ଆକଳନ ଉପରେ ନିଜର ପକ୍ଷ ରଖିବା ପାଇଁ ଆନନ୍ଦ ଭବନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ଡାକିଥିଲୁ। ହେଲେ ସେମାନେ କୌଣସି ଉତ୍ତର ଦେଇ ନଥିଲେ। ଏହାପରେ ଅର୍ଥ ରାଶିକୁ ଚୂଡ଼ାନ୍ତ କରି ଟିକସ ନୋଟିସ ପଠାଇଛୁ।”

ପୂର୍ବତନ ପିଏମସି ମେୟର ଚୌଧୁରୀ ଜିତେନ୍ଦ୍ର ନାଥ ସିଂହ କହିଛନ୍ତି, “ଆନନ୍ଦ ଭବନ ଜବାହର ଲାଲ ନେହରୁ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ଉପରେ କୌଣସି ଟିକସ ଲାଗୁ ହୋଇପାରିବ ନାହିଁ। କାରଣ ଏହି ଟ୍ରଷ୍ଟ ସମସ୍ତ ପ୍ରକାରର ଟିକସ୍‌ ଦେବା ନିୟମରୁ ମୁକ୍ତ ରହିଛି। ତେଣୁ ଆନନ୍ଦ ଭବନ ନାଁରେ ଟିକସ ନୋଟିସ ପଠାଇବା ବେଆଇନ୍‌। ଏହି ଆନନ୍ଦ ଭବନ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ଝଲକ ରହିଛି। ଏହା ଶିକ୍ଷାର ପ୍ରାଣ କେନ୍ଦ୍ର। ତେଣୁ ଏହା ଗ୍ରହଣୀୟ ନୁହେଁ।”

ସ୍ଥାନୀୟ ଅଞ୍ଚଳରେ ରହୁଥିବା ଅଭୟ ଅୱସ୍ତୀ କହିଛନ୍ତି, “ ସ୍ୱାଧୀନତା ସଂଗ୍ରାମର ମନ୍ଦିର ହେଉଛି ଆନନ୍ଦ ଭବନ। ବିଜେପିର କଂଗ୍ରେସ ମୁକ୍ତ ଭାରତ ଓ ନେହରୁ ମୁକ୍ତ ବିଶ୍ୱ ପରିକଳ୍ପନା ଏଜେଣ୍ଡାର ଏହା ଏକ ଅଂଶବିଶେଷ। ସରକାର ନିଜର ରାଜନୀତିକ ଆକ୍ରୋଶ ରଖି ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।”



from Odisha Reporter https://ift.tt/37mwDQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages