ସବୁ ବିବାଦ ସରିଛି, ଖୁବଶୀଘ୍ର ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି ଦାବି କଲା ଶିବସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ସବୁ ବିବାଦ ସରିଛି, ଖୁବଶୀଘ୍ର ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି ଦାବି କଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବ୍ୟାକୁଳ ଥିବା ଶିବସେନା ଏବେ ପୁଣିଥରେ ନୂଆ ଦାବି କରିଛି। ଆସନ୍ତା ୫ରୁ ୬ ଦିନ ମଧ୍ୟରେ ନୂଆ ସରକାର ମହାରାଷ୍ଟ୍ରରେ ଗଠନ ହେବ। ସରକାର ଗଠନ ପାଇଁ ପୂର୍ବରୁ ଥିବା ସମସ୍ତ ବିବାଦରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ବୋଲି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି।

କଂଗ୍ରେସ-ଏନସିପି ସହ ମିଶି ସରକାର ଗଠନ କରିବାକୁ ଶିବସେନା ପାଗ ଭିଡ଼ିଛି। ହେଲେ ଏନ୍‌ସିପି ଓ କଂଗ୍ରେସ ଏଯାଏ ସରକାର ଗଠନ କରିବା ଦିଗରେ ଶିବସେନାକୁ ଗ୍ରୀନ ସିଗନାଲ ଦେଇନାହାନ୍ତି। ଏପରି ସ୍ଥିତିରେ ଶିବସେନା ପୁଣିଥରେ ବିଜେପି ଆଡ଼କୁ ଢଳୁଥିବା ଖବର ପ୍ରକାଶ ପାଇଥିଲା। ସେହିପରି କଂଗ୍ରେସ ଓ ଏନ୍‌ସିପିର ବରିଷ୍ଠ ନେତାମାନେ ଆଜି ମହାରାଷ୍ଟ୍ରର ରାଜନୀତିକୁ ନେଇ ବୈଠକ କରିବେ ବୋଲି ଜଣାପଡ଼ିଛି।

ଏସବୁ ଭିତରେ ଆଜି ଶିବସେନାର ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ରାଉତ ସରକାର ଗଠନ ଦାବି ପୁଣିଥରେ ଦୋହରାଇଛନ୍ତି। ସେ କହିଛନ୍ତି, “ସରକାର ଗଠନ ପ୍ରକ୍ରିୟା ଆସନ୍ତା ୫ରୁ ୬ ଦିନ ମଧ୍ୟରେ ଶେଷ ହେବ। ଡିସେମ୍ବର ମାସ ପୂର୍ବରୁ ମହାରାଷ୍ଟ୍ରରେ ଲୋକପ୍ରିୟ ଓ ଶକ୍ତିଶାଳୀ ସରକାର ଗଠନ କରାଯିବ। ସରକାର ଗଠନକୁ ନେଇ ଗତ ୧୦ରୁ ୧୫ ଦିନ ହେଲା ଯେଉଁ ସବୁ ବିବାଦ ସୃଷ୍ଟି ହୋଇଥିଲା, ତାହା ଏବେ ସମାଧାନ ହୋଇଯାଇଛି। ରାତି ୧୨ ସୁଦ୍ଧା ଆମେ ସମସ୍ତ ବିବାଦର ସମାଧାନ ହୋଇଯାଇଛି ବୋଲି ବିଧିବଦ୍ଧ ଭାବେ ଖବର ପାଇବୁ। ଆସନ୍ତାକାଲି ମଧ୍ୟାହ୍ଣ ସୁଦ୍ଧା ମହାରାଷ୍ଟ୍ରରେ ନୂଆ ସରକାର ଗଠନର ଛବି ସ୍ପଷ୍ଟ ହୋଇଯିବ। ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି।”

ମହାରାଷ୍ଟ୍ରରେ ଶିବସେନା ୫୬ଟି ଆସନ ଜିତିଥିବା ବେଳେ ବିଜେପି ୧୦୫ଟି ଆସନ ଜିତିଥିଲା। ତେବେ ଶିବସେନା ୫୦:୫୦ ଫର୍ମୁଲା ଲାଗୁ କରିବାକୁ ଦାବି କରିବାରୁ ବିଜେପି ସରକାର ଗଠନ ପାଇଁ ଆଗକୁ ଆସି ନଥିଲା। ଫଳରେ ଶିବସେନା ଦୁଇ ବିରୋଧୀ ଏନସିପି ଓ କଂଗ୍ରେସକୁ ଧରି ସରକାର ଗଠନ କରିବାକୁ ପ୍ରୟାସ କରୁଛି। ହେଲେ କଂଗ୍ରେସ ଓ ଏନ୍‌ସିପି ଏଯାଏ ଏଥିରେ ରାଜି ହୋଇ ନାହାନ୍ତି।



from Odisha Reporter https://ift.tt/347he4g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages