ନୂଆଦିଲ୍ଲୀ: ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଆଇଡିଆ ପେମେଣ୍ଟ ଲିମିଟେଡ (ଏବିଆଇପିବିଏଲ) ବ୍ୟାଙ୍କ ନିଜର ବ୍ୟବସାୟ ବନ୍ଦ କରିବାକୁ ଯାଉଛି। କମ୍ପାନୀ ସ୍ୱେଚ୍ଛାକୃତ ଭାବରେ ଏହି ବ୍ୟବସାୟ ବନ୍ଦ କରିବ ବୋଲି ତା ଆଡୁ ଆବେଦନ କରିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି। ଏବେ ଏହି ଆବେଦନକୁ ମଞ୍ଜୁରୀ ଦିଆଯାଇଥିବା ଆରବିଆଇ କହିଛି। ଫେବୃଆରୀ ୨୦୧୮ରେ ଆଦିତ୍ୟ ବିର୍ଲା ଗ୍ରୁପ ଏହି ପେମେଣ୍ଟ ବ୍ୟାଙ୍କ ସେବା ଆରମ୍ଭ କରିଥିଲା।
ଚଳିତ ବର୍ଷ ଜୁଲାଇରେ ଆଦିତ୍ୟ ବିର୍ଲା ନିଜର ପେମେଣ୍ଟ ବ୍ୟାଙ୍କ ସେବା ବନ୍ଦ କରିବ ବୋଲି ଘୋଷଣା କରିଥିଲା। ବ୍ୟବସାୟରେ କ୍ଷତି ହେଉଥିବା ଦେଖି ଏପରି ନିଷ୍ପତ୍ତି ନେଇଥିବା କମ୍ପାନୀ ଘୋଷଣା କରିଥିଲା। ଏହାପରେ ଆଦିତ୍ୟ ବିର୍ଲା ବ୍ୟାଙ୍କ ତରଫରୁ ନିଜ ଗ୍ରାହକଙ୍କୁ ଏହି ସେବା ବନ୍ଦ କରିବ ବୋଲି ମେସେଜ ଜରିଆରେ କହିଥିଲା। ଏମିତିକି ଯେଉଁମାନେ ପେମେଣ୍ଟ ବ୍ୟାଙ୍କରେ ଜମାରାଶି ରଖିଛନ୍ତି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଅନୁଯାୟୀ ଜମାରାଶି ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଫେରସ୍ତ କରାଯିବ ବୋଲି ଆଦିତ୍ୟ ବିର୍ଲା ବ୍ୟାଙ୍କ ଘୋଷଣା କରିଥିଲା।
ଏହାପରେ ଗ୍ରାହକଙ୍କୁ ଏଟିଏମ୍, ଅନ୍ ଲାଇନ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଜମାରାଶି ଟ୍ରାନ୍ସଫର କରିବାକୁ ଆଦିତ୍ୟ ବିର୍ଲା ବ୍ୟାଙ୍କ ନିଜ ଓ୍ୱେବସାଇଟ୍ ଜରିଆରେ ଗ୍ରାହକଙ୍କୁ କହିଥିଲା। ଏଥିସହିତ ହେଲ୍ଲ ଲାଇନ ନମ୍ୱର ୧୮୦୦୨୦୯୨୨୬୫, ଇମେଲ vcare4u@adityabirla.bank ଜାରି କରିଥିଲା।
ତେବେ ଏହା ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ପେମେଣ୍ଟ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିସାରିଛନ୍ତି। ଟେକ ମହିନ୍ଦ୍ରା, ଚୋଲାମଣ୍ଡଳମ ଇନଭେଷ୍ଟମେଣ୍ଟ, ଆଇଡିଏଫସି ବ୍ୟାଙ୍କ, ଟେଲିନୋର ବ୍ୟାଙ୍କିଙ୍ଗ ଏହି ସେବା ବନ୍ଦ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୫ ଆକ୍ଟ ଜରିଆରେ ଏହି ସବୁ କମ୍ପାନୀକୁ ଲାଇସେନ୍ସ ଦେଇଥିଲା।
from Odisha Reporter https://ift.tt/2O0sbit
No comments:
Post a Comment