ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଚିଙ୍ଗୁଡ଼ିପୁର ଛକ ନିକଟରେ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଗୋରୁ ଆହତ ହୋଇଛନ୍ତି। ଆଜି ସକାଳେ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ଗାଡ଼ିକୁ ଉଠାଇ ଗୋରୁଗୁଡ଼ିକୁ ଉଦ୍ଧାର କରିଥିଲେ। ଏହି ଗାଡ଼ିରେ ୩୦ରୁ ଅଧିକ ଗୋରୁ ବେଆଇନ ଭାବରେ ଚାଲାଣ ହେଉଥିବା ସୂଚନା ମିଳିଛି।

ଗାଡ଼ିଟି କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଧାମନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2NNyxAy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages