ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍ବୁଲ୍’ କେନ୍ଦ୍ରୀଭୂତ ହୋଇଛି। ପାରାଦୀପଠାରୁ ୧୩୪ କି.ମି. ଦୂରରୁ ଏହା ଅତିକ୍ରମ କରିବ। ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ।” ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ୱାଦିନ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ। ଏଥିସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବି ପବନର ବେଗ ବଢ଼ିବ ବୋଲି କହିଛନ୍ତି ଏସ୍ଆରସି।
ସେ ଆହୁରି କହିଛନ୍ତି,“ ଆଜି ୬୫ କି.ମି. ବେଗରେ ପବନ ବହିବା ସହ ଆସନ୍ତା କାଲି ୭୦ରୁ ୯୦ କି.ମି. ବେଗରେ ପବନ ବହିବ। ଆଜି ପୁରୀ, ଗଂଜାମରେ ୪୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ୯ ଜିଲ୍ଲାକୁ NDRF, ଓଡ୍ରାଫ୍ ଟିମ୍ ପଠାଯାଇଛି। ବାତ୍ୟା ସମୟରେ ଲୋକେ ଘରୁ ବାହାରନ୍ତୁ ନାହିଁ। ୧୦ ତାରିଖରେ ଓଡ଼ିଶାରେ ବାତ୍ୟାର ପ୍ରଭାବ କିଛି ରହିବ ନାହିଁ ବୋଲି ଆଶା କରାଯାଉଛି । ”
ସୂଚନାଯୋଗ୍ୟ, ଅତି ଭୟଙ୍କର ରୂପ ନେଲାଣି ବାତ୍ୟା ‘ବୁଲ୍ବୁଲ୍’ । ଆଜି ସକାଳ ୫ଟା ୩୦ରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।
from Odisha Reporter https://ift.tt/2pIWgtQ
No comments:
Post a Comment