ଖୁବଶୀଘ୍ର ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ଖୁବଶୀଘ୍ର ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ

ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ, ଯେଉଁଠି ବିଧାନସଭା ଆସନ ରହିଛି। ତେଣୁ ଉପରାଜ୍ୟପାଳ ଏଠାରେ ଶାସନ କରିବେ ନାହିଁ। ଗୁରୁବାର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଏହା କହିଛନ୍ତି।

ଜମ୍ମୁ କଶ୍ମୀରର ରେଏସି ଜିଲ୍ଲାରେ ଥିବା ତଲଓ୍ୱାର ଅଞ୍ଚଳରେ ଗତକାଲି ୧୪ଶ ପୁଲିସ କନେଷ୍ଚବଳ ପାସିଂ ଆଉଟ ପରେଡରେ ଯୋଗ ଦେବା ଅବସରରେ ବିଧାନସଭା ନିର୍ବାଚନ ବାବଦରେ ଉପରାଜ୍ୟପାଳ କହିଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ରହିଛି, ତେଣୁ ପ୍ରସ୍ତୁତ ରହିବାକୁ ପାସିଂ ଆଉଟ କନେଷ୍ଟବଳଙ୍କୁ କହିଛନ୍ତି ଉପରାଜ୍ୟପାଳ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ମେଣ୍ଟ ସରକାର ଥିଲା। ହେଲେ ବିଜେପି ମେଣ୍ଟରୁ ଓହରିଯିବା ପରେ ସରକାର ଭାଙ୍ଗିଯାଇଥିଲା। ଏହାପରେ ରାଷ୍ଟ୍ରପତି ଶାସନ ଜାରି ରହିଥିଲା। ଅଗଷ୍ଟ ୫ରେ କିନ୍ତୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲା କେନ୍ଦ୍ର। ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି କେନ୍ଦ୍ର। ଗୋଟିଏ ଜମ୍ମୁ କଶ୍ମୀର ଏବଂ ଅନ୍ୟଟି ଲଦାଖ। ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ହେଲେ ଲଦାଖରେ କୌଣସି ବିଧାନସଭା ନିର୍ବାଚନ ହେବ ନାହିଁ। ଉଭୟ କେନ୍ଦ୍ର ଶାସିତ ଅଞ୍ଚଳର ହାଇକୋର୍ଟ ରହିଛି। ଏବଂ ଦୁଇ ଜଣ ଅଲଗା ଅଲଗା ଉପରାଜ୍ୟପାଳ ରହିଛନ୍ତି। ଅକ୍ଟୋବର ୩୧ରେ ଉଭୟ ରାଜ୍ୟର ଉପରାଜ୍ୟପାଳ ଶପଥ ଗ୍ରହଣ କରିଥିଲେ।



from Odisha Reporter https://ift.tt/2qdSOr6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages