ବେଙ୍ଗାଲୁରୁ: ଦେଶର ଅଗ୍ରଣୀ ତଥା ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ବିରୋଧରେ ଆସିଥିବା ଅନିୟମିତତା ଅଭିଯୋଗ ଭିତ୍ତିହୀନ। କମ୍ପାନୀ ପକ୍ଷରୁ ହୋଇଥିବା ତଦନ୍ତରେ ଅନିୟମିତତା ହୋଇନଥିବା ସ୍ପଷ୍ଟ ହୋଇଛି। ଆଜି ଇନଫୋସିସ ଏହା ସ୍ପଷ୍ଟ କରିଛି। ଏ ନେଇ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)କୁ ଚିଠି ଲେଖି ଇନଫୋସିସ ଜଣାଇଛି।
କମ୍ପାନୀ ନିଜର ଲାଭ ଏବଂ ଆମଦାନୀ ବଢ଼ାଇବାକୁ ଯାଇ ଅନୈତିକ ଉପାୟ ଅବଲମ୍ୱନ କରିଛି ବୋଲି ‘ଏଥିକାଲ ଏମ୍ପ୍ଲୋଇ’ ନାମରେ ଏକ ଗୋଷ୍ଠୀ ଗତମାସରେ ଅଭିଯୋଗ କରିଥିଲେ। ସିଇଓ ସଲିଲ୍ ପାରେଖ୍ ଏବଂ ସିଏଫ୍ଓ ନିରଞ୍ଜନ ରୟ ସ୍ୱଳ୍ପ ମିଆଦୀ ଆୟ ଏବଂ ଲାଭ ପାଇଁ ‘ଅନୈତିକ ଉପାୟ’ ଅବଲମ୍ବନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗକାରୀ ଇନଫୋସିସ୍ ବୋର୍ଡକୁ ଅବଗତ କରାଇବା ସହିତ ଆମେରିକାର ଶେୟାର ବଜାର ରେଗୁଲେଟରୀ ବୋର୍ଡକୁ ଚିଠି ଲେଖିଥିଲେ। ଏହାପରେ କମ୍ପାନୀ ‘ହ୍ୱିସିଲ୍ବ୍ଲୋୟର’ ପଲିସି ଅନୁଯାୟୀ ଅଡିଟ୍ କରିଥିଲା।
ସେପ୍ଟେମ୍ୱରରେ ଇନଫୋସିସ୍ କମ୍ପାନୀ ଫାଇନାନସିଆଲ ରିପୋର୍ଟ ଦାଖଲ କରିଥିଲା। ଜୁଲାଇ-ସେପ୍ଚେମ୍ୱର ତ୍ରୟମାସିକ ରିପୋର୍ଟରେ ଇନଫୋସିସର ଲାଭ ୫.୮୮ ପ୍ରତିଶତ ବଢ଼ି ୪୦୧୯ କୋଟି ହୋଇଥିଲା। ସେହିପରି କମ୍ପାନୀର ଆମଦାନୀ ୭ ପ୍ରତିଶତ ବଢ଼ି ୨୩, ୨୫୫ କୋଟି ହୋଇଯାଇଥିଲା।
from Odisha Reporter https://ift.tt/32eN39H
No comments:
Post a Comment