ଯାଜପୁର(ଗୁଲାମ ଗସ୍): ନିଜ ଆଖି ଆଗରେ ଛୁଆ ବିପଦରେ ପଡ଼ିଥିବା ଦେଖିଲେ, କୋଉ ମା’ ବି ସମ୍ଭାଳି ହୋଇ ରହି ପାରିବନି। ପିଲାଙ୍କୁ ସୁରକ୍ଷିତ ରଖିବାକୁ ଆପେ ଆପେ ବିପଦ ମୁହଁକୁ ଠେଲି ହୋଇଯିବ। ଏପରି ଏକ ଘଟଣା ଘଟିଯାଇଛି ଯାଜପୁର ସଦର ଥାନା ଦୁର୍ଗାପୁର ଗାଁରେ।
ଆଜି ସକାଳେ ଗାଁର ପ୍ରମିଳା ବେହେରା ନାମ୍ନୀ ମହିଳା ନିଜ ୨ ଝିଅ ଶୁଭଲକ୍ଷ୍ମୀ ବେହେରା(୧୧) ଓ ଶୁଭଶ୍ରୀ ବେହେରା(୮) ଙ୍କ ସହ ଗାଁ ନିକଟ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ। ହେଲେ ଅଚାନକ ଏକ ଶିଆଳ ସାମନାକୁ ଚାଲି ଆସି ତାଙ୍କ ୨ ଝିଅଙ୍କୁ ଆକ୍ରମଣ କରିଥିଲା। ପିଲାଙ୍କ ଚିତ୍କାର ଶୁଣି ପ୍ରମିଳା ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶିଆଳଟି ଉକ୍ତ ଜାଗା ଛାଡ଼ି ଯାଇ ନ ଥିଲା। ଏହାପରେ ଶିଆଳଟି ତାଙ୍କୁ କାମୁଡ଼ିବାକୁ ଉଦ୍ୟତ ହେବାରୁ ପ୍ରମିଳା ତା’ ବେକକୁ ଚିପି ଧରିଥିଲେ। ଏହାପରେ ଘରେ ଖବର ଦେବାକୁ ପିଲାଙ୍କୁ ପଠାଇଥିଲେ। ଖବର ପାଇ ପ୍ରମିଳାଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀ ପହଞ୍ଚି ଶିଆଳଟିକୁ କାବୁ କରି ଗାଁକୁ ନେଇ ଆସିଥିଲେ।
ପିଲା ୨ଟି ଆହତ ହୋଇଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଯାଜପୁର ମେଡ଼ିକାଲ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଉକ୍ତ ଶିଆଳଟି କିଛି ଦିନ ହେବ ଗାଁରେ ଆତଙ୍କ ଖେଳାଇ ଆସିଛି।
from Odisha Reporter https://ift.tt/2oNrtLU
No comments:
Post a Comment