ମାନବିକତା ଆଗରେ ହାର୍‌ ମାନିଲା ଲୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ମାନବିକତା ଆଗରେ ହାର୍‌ ମାନିଲା ଲୋଭ

କୋଣାର୍କ(ସଞ୍ଜୟ ପତି): ମାନବିକତା ଆଗରେ ହାର ମାନିଛି ଲୋଭ। ରାସ୍ତା ପାର୍ଶ୍ୱରୁ ପାଇଥିବା ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ଭ୍ୟାନିଟି ମଧ୍ୟ ୨ ଯୁବକଙ୍କୁ ଲୋଭର ବଶବର୍ତ୍ତୀ କରିପାରି ନାହିଁ।  ଆଜିର ଦୁନିଆରେ ଏପରି ମହାନତାର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଟି ଯାଇଛନ୍ତି  ସେମାନେ । ଅଚାନକ ରାସ୍ତା କଡ଼ରୁ ପାଇଥିବା ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସେମାନଙ୍କ ମୂଲ୍ୟବୋଧକୁ ଦୋହଲାଇ ପାରିନାହିଁ । ଭ୍ୟାନିଟି ହଜାଇଥିବା ମହିଳାଙ୍କୁ  ଚିହ୍ନଟ କରି ସବୁ ଜିନିଷ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ଏବେ ଏହି ୨ ଯୁବକଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।

ମିଳିଥିବା ସୂଚନା ମୁତାବକ, ଗତ ୮ତାରିଖରେ ଇଚ୍ଛାପୁର ଗାଁର କାବେରୀ ପ୍ରଧାନ ନାମ୍ନୀ ମହିଳା ବାପଘରୁ ଶାଶୁ ଘରକୁ ଅଟୋରେ ଫେରିଥିଲେ। ଗୋପିନାଥପାଟଣା ଗାଁ ନିକଟରେ ଭ୍ୟାନିଟି ବ୍ୟାଗ୍‌ଟି ତାଙ୍କ ଅଜାଣତରେ ପଡିଯାଇଥିଲା । ଭ୍ୟାନିଟରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା, ଅଳଙ୍କାର ଓ ଟଙ୍କା ଆଦି ଜିନିଷ ରହିଥିଲା । ଏହି ଭ୍ୟାନିଟିକୁ ପାଇଥିଲେ ଗୋପିନାଥପାଟଣା ଗାଁର ଆଲୋକ ନାୟକ ଓ ଚନ୍ଦନ ବାରିକ।  ଏ ସମ୍ପର୍କରେ ଜାଣିବା ପରେ କାବେରୀ ପୁଣି ଉକ୍ତ ଜାଗାକୁ  ଫେରି ଖୋଜାଖୋଜି କରିଥିଲେ ମଧ୍ୟ କିଛି ବି ସନ୍ଧାନ ପାଇପାରି ନ ଥିଲେ। ଏହାପରେ ଭାଗ୍ୟକୁ ଆଦରି ଶାଶୁ ଘରକୁ ଫେରି ଯାଇଥିଲେ।

ଆଲୋକ ଓ  ଚନ୍ଦନ ସଙ୍ଗେସଙ୍ଗେ ଏ ନେଇ ଗ୍ରାମବାସୀଙ୍କୁ ଜଣାଇବା ସହ ଭ୍ୟାନିଟିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ଭ୍ୟାନିଟିର ପ୍ରକୃତ ମାଲିକଙ୍କୁ ଖୋଜିବା ଲାଗି ଆରମ୍ଭ ହୋଇଗଲା ପ୍ରୟାସ। ଏପରିକି ଉକ୍ତ ମହିଳାଙ୍କୁ ଖୋଜି ବାହାର କରିବା ଲାଗି ଗ୍ରାମବାସୀ ସୋଶାଲ ମିଡିଆରେ ଏହାକୁ ଭାଇରାଲ କରିଦେଲେ।

ଶେଷରେ ଗତ ୨ ଦିନ ପୂର୍ବେ ସମ୍ପୃକ୍ତ ମହିଳା ଜଣକ ପରିଚୟପତ୍ର ଦେଖାଇ ନିଜ ଜିନିଷ ଫେରିପାଇଛନ୍ତି।  ହଜି ଯାଇଥିବା ଜିନିଷ ଫେରି ପାଇବାର ଆଶା ମଉଳି ଯାଇଥିବା ବେଳେ ତାହାକୁ ନିଜ ହାତରେ ଧରି ମହିଳାଙ୍କ ଆଖିରୁ ଆନନ୍ଦରେ ଅଶ୍ରୁ ଝରିଗଲା ।  ଏଥିନିମନ୍ତେ ସେ ଉକ୍ତ ୨ ଯୁବକଙ୍କ ଭୁରି ଭୁରି ପ୍ରଂଶସା କରିବା ସହ ସେମାନଙ୍କ ନିକଟରେ ଚିର ଋଣୀ ରହିବେ ବୋଲି ମଧ୍ୟ କହିଛନ୍ତି ।



from Odisha Reporter https://ift.tt/3363cyy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages