ନୂଆଦିଲ୍ଲୀ: ଜାତୀୟ ତଥା ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ ଆସିଛି। ମହାରାଷ୍ଟ୍ରରେ ବିଜେପିକୁ ବାଦ ଦେଇ ପୂର୍ବତନ ସହଯୋଗୀ ଶିବସେନା ଦୁଇ ବିରୋଧୀ ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ପ୍ରୟାସ କରୁଛି। ହେଲେ ବିଜେପି ଏବେ ଶିବସେନାକୁ ଚେକ ଦେଇ କ୍ଷମତା ରେସ୍ରୁ ବାଦ୍ ଦେବା ପାଇଁ ଗୋଟି ଚଳାନା ଆରମ୍ଭ କରିଦେଇଛି।
ଦୁଇ ଦିନ ତଳେ ଏହି ଯୋଜନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଏନ୍ସିପିକୁ ପ୍ରଶଂସା କରିଥିଲେ। ଏହାପରେ ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବିଜେପି ନିଜ ପାଖକୁ ଆଣିବା ପାଇଁ ରାଷ୍ଟ୍ରପତି ପଦ ଦେବାକୁ ମଧ୍ୟ ଉଦ୍ୟମ କରୁଥିବା ଜଣାପଡ଼ିଥିଲା। ଏବେ ଖୋଦ୍ ଶରଦ ପାୱାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ବୋଲି ଖବର ସାମ୍ନାକୁ ଆସିଛି।
ଅବଶ୍ୟ ଏହା ରାଜନୀତିକ ଭେଟଘାଟ ନୁହେଁ ବୋଲି କୁହାଯାଉଛି। ହେଲେ ଦୁଇ ଦିନ ହେଲା ଏନ୍ସିପି ଓ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ନୂଆ ରାଜନୀତିକ ହଟଚମଟ ଭିତରେ ଏଭଳି ଭେଟଘାଟ ଉପରେ ସମସ୍ତ ନଜର ରହିଛି।
ସୂତ୍ର ଅନୁସାରେ, ଆଉ ମାତ୍ର କିଛି ଘଣ୍ଟା ପରେ ଶରଦ ପାୱାର ସଂସଦରେ ପହଞ୍ଚିବେ। ଏହାପରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ। ଏହି ସମୟରେ ସେ ମହାରାଷ୍ଟ୍ର ଚାଷୀଙ୍କ ସମସ୍ୟା ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇବା ସହ ପ୍ୟାକେଜ ଘୋଷଣା କରିବାକୁ ଦାବି କରିବେ ବୋଲି ଜଣାପଡ଼ିଛି। ଏଜେଣ୍ଡାରେ ଚାଷୀ ସମସ୍ୟା ଥିଲେ ହେଁ ମହାରାଷ୍ଟ୍ର ରାଜନୀତିକ ସମୀକରଣ ସମ୍ପର୍କରେ ମଧ୍ୟ ଏହି ଦୁଇ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
from Odisha Reporter https://ift.tt/37nA0GT
No comments:
Post a Comment