ନୂଆଦିଲ୍ଲୀ: ରାମ ମନ୍ଦିର ଆନ୍ଦୋଳନ ପାଇଁ ହୋଇଥିବା ରଥଯାତ୍ରାର ପ୍ରମୁଖ ପୁରୋଧା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଆଜି ୯୨ ବର୍ଷରେ ପାଦ ଥାପିଛନ୍ତି। ବିଜେପିର ଭୀଷ୍ମପିତାମହ କୁହାଯାଉଥିବା ଏହି ନେତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଦଳ ତଥା ଦଳ ବାହାରର ନେତା ଓ ଶୁଭେଚ୍ଛୁକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡ଼ଭାନୀଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ।
ମୋଦି ଆଡ଼ଭାନୀଙ୍କୁ ଆଜି ଭେଟିବା ପୂର୍ବରୁ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଜି ଯଦି ବିଜେପି ଦେଶରେ ମଜବୁତ ହୋଇପାରିଛି ସେଥିରେ ଆଡ଼ଭାନୀଙ୍କର ଏକ ବଡ଼ ଭୂମିକା ରହିଛି ବୋଲି ମୋଦି କହିଥିଲେ।
Shri LK Advani Ji toiled for decades to give shape and strength to the @BJP4India. If over the years, our party has emerged as a dominant pole of Indian politics, it is because of leaders like Advani Ji and the selfless Karyakartas he groomed for decades.
— Narendra Modi (@narendramodi) November 8, 2019
ସୂଚନାଯୋଗ୍ୟ, ଆଗକୁ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିବାକୁ ଯାଉଛନ୍ତି ସୁପ୍ରିମକୋର୍ଟ। ୧୯୯୦ରେ ଏହି ରାମଜନ୍ମଭୂମି ପାଇଁ ଗୁଜରାଟର ସୋମନାଥ ଧାମରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା କରି ଆଡ଼ଭାନୀ ଚର୍ଚ୍ଚାକୁ ଆସିଥିଲେ। ସୁଷମା ସ୍ୱରାଜ, ଶିବରାଜ ସିଂହ, ଅନନ୍ତ କୁମାର, ଅରୁଣ ଜେଟଲୀ ଭଳି ନେତାଙ୍କର ମୁଖିଆ ଭାବେ ଆଡଭାନୀ ବିଜେପି ସରକାରରେ ଉପପ୍ରଧାନମନ୍ତ୍ରୀ ଥିଲେ।
from Odisha Reporter https://ift.tt/2p2nkUu
No comments:
Post a Comment