ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ସବ୍ଜେଲରେ ଥିବା ବିଚାରାଧୀନ କଏଦୀ ଡାକ୍ତର ସାହୁ ଓରଫ ଡାକ(୩୪)ର ଆଜି ମୃତ୍ୟୁ ଘଟିଛି। ସେ ପ୍ରାୟ ୧୫ ଦିନ ହେବ ଜେଲ୍ରେ ଥିଲା। ଡାକ ବଦଗଡ଼ ଗାଁର ବାବୁ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଜେଲ୍ ଯାଇଥିଲା।
ଅସୁସ୍ଥତା ଅନୁଭବ କରିବାରୁ ଆଜି ସକାଳେ ଡାକକୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଆସିକା ଉପଖଣ୍ଡ ପୁଲିସ୍ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ଆସିକା ତହସିଲଦାର ଆଷୁତୋଷ ଗୌରବ କର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।
ଏଥିସହ ମୃତକଙ୍କ ପରିବାର ଉପସ୍ଥିତିରେ ପୁଲିସ୍ ବୟାନ ରେକର୍ଡ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ପୁଲିସ୍ ଓ ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି।
from Odisha Reporter https://ift.tt/2Oi4L7r
No comments:
Post a Comment