ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ!

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶବିସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି। ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ସଞ୍ଜୟ କହିଛନ୍ତି। ଶିବସେନା ପାଖରେ ୫୬ ବିଧାୟକ ରହିଛନ୍ତି। କଂଗ୍ରେସର ୪୪ ଓ ଏନସିପିର ୫୪ ବିଧାୟକଙ୍କ ସହ ଅନ୍ୟାନ୍ୟ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ଶିବସେନା ଦାବି କରିଛି।

ଅନ୍ୟପଟେ ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାଓ୍ୱାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ମୁମ୍ୱାଇରେ ଏନସିପିର ଦଳୀୟ ବୈଠକ ବସିଛି। ଏହି ଅବସରରେ ଶିବସେନାକୁ ସମର୍ଥନ ବାବଦରେ ଆଲୋଚନା ହୋଇଛି। ସେହିପରି ଆଜି ସକାଳେ ଏନସିପି ମୁଖପାତ୍ର ନବାବ ମଲିକ କହିଥିଲେ, ଯଦି ଶିବସେନା ବିଜେପିକୁ ବାଦ ଦେଇ ଲୋକଙ୍କ ଭଲ ପାଇଁ ସରକାର ଗଢ଼ିବାକୁ ଚିନ୍ତା କରୁଛି, ତାହେଲେ ଏନସିପି କିଛି ସକରାତ୍ମକ ଆଲୋଚନା କରିପାରେ। କିନ୍ତୁ ଗତକାଲି ଶିବସେନାକୁ ସମର୍ଥନ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ୱାର କହିଥିଲେ ମହାରାଷ୍ଟ୍ରବାସୀ ତାଙ୍କୁ ବିରୋଧୀ ଆସନରେ ବସିବା ପାଇଁ ଭୋଟ ଦେଇଛନ୍ତି। ତେଣୁ ତାଙ୍କ ଦଳ ସରକାରରେ ସାମିଲ ହେବନି।

ଏବେ ରାଜ୍ୟରେ ସରକାର ଗଢ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି। ତେଣୁ ସମାଧାନ ପାଇଁ ଶରଦ ପାଓ୍ୱାର ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ତେଣୁ ରାଜ୍ୟରେ ଏନସିପି ସହ ମେଣ୍ଟ କରିଥିବା କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଆସନ୍ତାକାଲି ଭେଟି ଏ ବାବଦରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସେହିପରି ଶିବସେନା ମଧ୍ୟ ନିଜ ଖବରକାଗଜ ସାମ୍ନା ଜରିଆରେ ବିଜେପିକୁ ଆଜି ପୁଣି ସମାଲୋଚନା କରିଛି। ନିର୍ବାଚନରେ ବିଜେପି ବହୁମତ ପାଇଛି। ତେଣୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସରକାର ଗଢ଼ନ୍ତୁ ବୋଲି ଦାବି କରିଛି। ଗୋପୀନାଥ ମୁଣ୍ଡ ଥିଲେ ବିଜେପି ପ୍ରତି ଏଭଳି କଡ଼ା ମନ୍ତବ୍ୟ ରଖିନଥାନ୍ତେ ବୋଲି ଶିବସେନା ସୁପ୍ରିମୋ ଉଦ୍ଦବ ଠାକରେ କହିଛନ୍ତି।



from Odisha Reporter https://ift.tt/32bpr5C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages