ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ହେଟା ବାଘ ଆତଙ୍କ ଦେଖାଦେଇଛି। ଗତକାଲି ସଂଧ୍ୟାରେ ରାଜପୁର ଗାଁରେ ହେଟାବାଘ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜେଜେମା’ କମଳା ଦାସ ଓ ତାଙ୍କର ୩୩ ବର୍ଷୀୟ ନାତି ପ୍ରତାପ ଚନ୍ଦ୍ର ଦାସ। ଜେଜେମା’ ଓ ନାତିକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ଖବର ଅନୁସାରେ, ଗତକାଲି ସଂଧ୍ୟାରେ କମଳା ନିଜ ରୋଷେଇ ଘରେ ଥିଲେ। ହଠାତ ଏକ କଳାରଙ୍ଗର ଶିଆଳଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଏକ ଜନ୍ତୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଜେଜେ ମା’ର ଚିତ୍କାର ଶୁଣି ଘର ଭିତରୁ ପ୍ରତାପ ବାହାରି ଆସିଥିଲେ। ଜନ୍ତୁଟି ତାଙ୍କ ନାକକୁ ମଧ୍ୟ ଆକ୍ରମଣ କରିଥିଲା। ଉଭୟଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକେ ରୁଣ୍ଡ ହୋଇଯାଇଥିଲେ। ଏହାଦେଖି ଜନ୍ତୁଟି ସେଠାରୁ ଡିଆଁ ମାରି ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ସେହି ଜନ୍ତୁଟି ହେଟାବାଘ ବୋଲି କହୁଥିବା ଜଣାପଡ଼ିଛି।
from Odisha Reporter https://ift.tt/37rCunA
No comments:
Post a Comment