ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ରାମେଶ୍ୱର ଛକ ମଲାଗୁଣି ନଦୀ ନିକଟରୁ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୧୫ରୁ ୨୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଆଜି ସକାଳେ ହାତୀର ମୃତଦେହ ମଲାଗୁଣି ନଦୀ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଟାଙ୍ଗୀ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଦନ୍ତା ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
from Odisha Reporter https://ift.tt/2OFtGSC
No comments:
Post a Comment