ମହାବାତ୍ୟାକୁ ୨୦ ବର୍ଷ ବିତିଲାଣି; ରାସ୍ତା ମରାମତି ହୋଇପାରୁନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ମହାବାତ୍ୟାକୁ ୨୦ ବର୍ଷ ବିତିଲାଣି; ରାସ୍ତା ମରାମତି ହୋଇପାରୁନାହିଁ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ‘ଫାଇଲିନ୍‌’, ‘ହୁଡୁହୁଡ଼ୁ’ , ‘ତିତଲି’, ‘ଫୋନି’ ଓ ‘ବୁଲ୍‌ବୁଲ୍‌’ ଭଳି କେତେ ସାମୁଦ୍ରିକ ଝଡ଼ ଆସି ଗଲାଣି। ହେଲେ ୧୯୯୯ ମହାବାତ୍ୟାରେ କ୍ଷତି ହୋଇଥିବା ରାସ୍ତାର ଏପର୍ଯ୍ୟନ୍ତ ମରାମତି ହୋଇନାହିଁ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ର ଜପା ପଞ୍ଚାୟତରୁ।

ଜପା ପଞ୍ଚାୟତ ୧୯୯୯ ମହାବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଇତି ମଧ୍ୟରେ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପଞ୍ଚାୟରେ ଥିବା ରାସ୍ତାଗୁଡ଼କର ଏପର୍ଯ୍ୟନ୍ତ ମରାମତି ହୋଇନାହିଁ। ଦେଇକା ଠାରୁ ପାଚେରା ପର୍ଯ୍ୟନ୍ତ ରାସ୍ତାର ଲମ୍ବ ସାଢ଼େ ତିନି କିମି। ଏହି ରାସ୍ତା ଉପରେ ଜପା ଓ କୁଞ୍ଜକୋଠୀ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରନ୍ତି। ମହାବାତ୍ୟାରେ ଏହି ମୋରମ ରାସ୍ତାଟି ସଂପୂର୍ଣ୍ଣ ଖରାପ ହୋଇଯାଇଥିଲା। ରାସ୍ତାର ମୋରମ ବାହାରି ଯିବା ସହ ବଡ଼ ବଡ଼ ଗାତ ସଷ୍ଟି ହୋଇଥିଲା। ମହାବାତ୍ୟାକୁ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ରାସ୍ତାର ମରାମତି ହୋଇନାହିଁ। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡ଼ ବଡ଼ ଗାତ ହୋଇଥିବା ଯୋଗୁ ଏ ରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ସ୍କୁଲ୍ ପିଲାମାନେ ଭାରି ହଇରାଣ ହେଉଛନ୍ତି। ରାସ୍ତା ଖରାପ ଯୋଗୁ ଗାଁ ଭିତରକୁ ଆମ୍ୱୁଲାନ୍ସ ଆସି ପାରୁନାହିଁ।

ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ବହୁବାର ସରକାରୀ ଅଧିକାରୀଙ୍କୁ ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳିନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଯଦି ପ୍ରଶାସନ ରାସ୍ତା ମରାମତି ନ କରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି  ଚେତାବନୀ ଦେଇଛନ୍ତି।

ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି, “ମହାବାତ୍ୟାରେ ରାସ୍ତାଟି ଖରାପ ହୋଇଯାଇଥିଲା। ଏପର୍ଯ୍ୟନ୍ତ ଏହାର ମରାମତି ହୋଇନାହିଁ। ରାସ୍ତା ମରାମତି ପାଇଁ ସରକାରୀ ଅଧିକାରୀଙ୍କୁ ଜଣାଇଛୁ, ହେଲେ କୌଣସି ସୁଫଳ ମିଳିନାହିଁ। ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଗାଁକୁ ଆସି ପାରୁନାହିଁ।”

ସେହିପରି ବଂଶୀଧର ବେହେରା କହିଛନ୍ତି,‘‘ ରାସ୍ତା ଖରାପ ଯୋଗୁ ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡର ଲାଗୁଛି। କାହାର ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ କି ଚାରି ଚକିଆ ଯାନ ଆସିପାରୁନାହିଁ। ବହୁ କଷ୍ଟରେ ରୋଗୀଙ୍କୁ ଆମେ ମେଡିକାଲ ନେଉଛୁ। ଅନୁରୋଧ କଲେ ମଧ୍ୟ ସରକାର ଆମ କଥା ଶୁଣୁ ନାହାନ୍ତି। ଯଦି ଆଗାମୀ ଦିନରେ ରାସ୍ତା ନିର୍ମାଣ କରା ନ ଯାଏ , ତା’ହେଲେ ବ୍ଲକ୍ ଅଫିସ ଆଗରେ ଧାରଣା ଦେବୁ।”

ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି,“ଜପା ପଞ୍ଚାୟତର ଅଧିକାଂଶ ରାସ୍ତା ଅବସ୍ଥା ଶୋଚନୀୟ ରହିଛି। ଆବଶ୍ୟକ ପରିମାଣରେ ଅର୍ଥ ନଥିବାରୁ ଏହି ରାସ୍ତାଗୁଡ଼ିକର ମରାମତି କିମ୍ୱା ନବୀକରଣ ହୋଇପାରୁନାହିଁ। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିଛୁ। ଅର୍ଥ ମଞ୍ଜୁର ହେଲେ ରାସ୍ତାର ମରାମତି କରାଯିବ।”

ଏହି ରାସ୍ତା ଉପରେ ସରକାରଙ୍କ ଶୁଭଦୃଷ୍ଟି କେବେ ପଡ଼ୁଛି ଓ କେବେ ଏହାର ମରାମତି କରାଯାଉଛି, ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/2QBzoHC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages