‘ରାଧେ’ରେ ବିଗ୍‌ ବସ୍‌ ପ୍ରତିଯୋଗୀଙ୍କ ଏଣ୍ଟ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

‘ରାଧେ’ରେ ବିଗ୍‌ ବସ୍‌ ପ୍ରତିଯୋଗୀଙ୍କ ଏଣ୍ଟ୍ରି

 

ମୁମ୍ବାଇ: ସବୁଥର ପରି ୨୦୨୦ର ଇଦ୍‌କୁ ମଧ୍ୟ ଆଗୁଆ ବୁକିଂ କରି ନେଇଛନ୍ତି ଦବଙ୍ଗ ଖାନ୍‌। ଆଗାମୀ ଇଦ୍‌ରେ ସଲ୍‌ମାନ୍ ଦର୍ଶକଙ୍କୁ ଭେଟି ଦେବେ ନିଜର ନୂଆ ଫିଲ୍ମ ‘ରାଧେ: ୟୋର୍‌ ମୋଷ୍ଟ୍ ୱାଣ୍ଟେଡ୍ ଭାଇ’।  କିଛି ଦିନ ପୂର୍ବରୁ ଏହି ଫିଲ୍ମର ଷ୍ଟାର କାଷ୍ଟ ଘୋଷଣା କରାଯାଇଥିଲା।  ‘ଭାରତ’ ପରେ ଜ୍ୟାକି ଶ୍ରଫ୍ ଏବଂ ଦିଶା ପଟାନୀ ପୁଣି ଥରେ ଏହି ଫିଲ୍ମରେ ସଲମାନ୍‌ଙ୍କ ସହ କାମ କରିବେ। ତେବେ ଚର୍ଚ୍ଚା ହେଉଛି ଯେ ସଲମାନ୍‌ଙ୍କ ଫିଲ୍ମରେ ‘ବିଗ୍‌ ବସ୍‌’ର ପ୍ରତିଯୋଗୀ ନଜର ଆସିବେ।

ସୂଚନା ମୁତାବକ ‘ରାଧେ’ରେ ‘ବିଗ୍‌ ବସ୍‌ ୮’ର ବିଜେତା ତଥା ଟେଲି ଅଭିନେତା ଗୌତମ୍ ଗୁଲାଟି ନଜର ଆସିବେ। ସେ କେଉଁ ରୋଲ୍‌ରେ ଅଭିନୟ କରିବେ, ସେ ବିଷୟରେ କିଛି ସୂଚନା ମିଳିନାହିଁ। କିନ୍ତୁ କୁହାଯାଉଛି ଯେ ଫିଲ୍ମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ବିଗ୍‌ ବସ୍‌-୮’ର ବିଜେତା ହେବା ପରେ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା। ସେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହା ପୂର୍ବରୁ ସେ ‘ଅଜ୍‌ହର୍‌’ ଓ ଫିଲ୍ମ ‘ବେହେନ୍‌ ହୋଗି ତେରି’ରେ ନଜର ଆସିଥିଲେ। ଆଉ ଏବେ ତାଙ୍କୁ ସଲ୍‌ମାନ୍‌ ଖାନ୍‌ଙ୍କ ସହ ଅଭିନୟ କରିବାକୁ ସୁଯୋଗ ମିଳିଛି।

‘ରାଧେ’ରେ ସଲ୍‌ମାନ୍‌ ଓ ଦିଶା ଲିଡ୍‌ ରୋଲ୍‌ରେ ନଜର୍‌ ଆସିବେ। ନେଗେଟିଭ୍‌ ଚରିତ୍ରରେ ନଜର ଆସିବେ ରଣଦୀପ ହୁଡା। ଫିଲ୍ମଟିକୁ ପ୍ରଭୁଦେବା ନିର୍ଦ୍ଦେଶନା ଦେଉଥିବାବେଳେ ସଲମାନ୍‌, ସୋହେଲ୍‌ ଖାନ୍‌ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ‘ୱାଣ୍ଟେଡ୍’ ଓ ‘ଦବଙ୍ଗ-୩’ ପରେ ପ୍ରଭୁଦେବାଙ୍କର ସଲମାନଙ୍କ ସହ ଏହା ତୃତୀୟ ଫିଲ୍ମ।

 



from Odisha Reporter https://ift.tt/37pEI6V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages