ଏଯାଏ କେତୋଟି ରାଫେଲ ଯୁଦ୍ଧ ବିମାନ ପାଇଛନ୍ତି ଭାରତ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ଏଯାଏ କେତୋଟି ରାଫେଲ ଯୁଦ୍ଧ ବିମାନ ପାଇଛନ୍ତି ଭାରତ ସରକାର

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ଭାରତ ସରକାର ଡିଲ କରିଛନ୍ତି। ତେବେ ଏଯାଏ ବିମାନ ନିର୍ମାଣକାରୀ ସଂସ୍ଥା ଡାସଲଟ ଆଭିଏସନ୍‌ ଭାରତ ସରକାରଙ୍କୁ ମାତ୍ର ୩ଟି ରାଫେଲ ଯୁଦ୍ଧ ବିମାନ ଦେଇଛି। ନିର୍ମାଣକାରୀ ସଂସ୍ଥା ୩ଟି ବିମାନ ଦେଇଥିଲେ ହେଁ ସେଗୁଡ଼ିକ ଭାରତ ଆସିନାହିଁ। ଏବେ ବି ସେସବୁ ବିମାନ ଫ୍ରାନ୍ସରେ ରହିଛି। ଭାରତୀୟ ପାଇଲଟ ଓ ଟେକ୍ନିସିଆନ୍‌ଙ୍କୁ ଏହି ବିମାନ ଗୁଡ଼ିକରେ ତାଲିମ ଦିଆଯାଉଛି ବୋଲି ସରକାର ଲୋକସଭାକୁ ଅବଗତ କରାଇଛନ୍ତି।

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଲୋକସଭାକୁ କହିଛନ୍ତି ଯେ ଆଜିର ତାରିଖ ମଧ୍ୟରେ ଭାରତୀୟ ବାୟୁସେନା ୩ଟି ରାଫେଲ ଯୁଦ୍ଧ ବିମାନ ପାଇଛି। ଏଗୁଡ଼ିକ ଫ୍ରାନ୍ସରେ ରହିଛି। ଏଥିରେ ଭାରତୀୟ ପାଇଲଟମାନେ ଉଡ଼ାଣର ଟ୍ରେନିଂ ନେଉଛନ୍ତି। ୩୬ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ଆସନ୍ତାବର୍ଷ ମେ’ ମାସ ସୁଦ୍ଧା ୪ଟି ବିମାନ ଭାରତରେ ପହଞ୍ଚିବ। ସେହିପରି ୨୦୨୨ ସେପ୍ଟେମ୍ବର ସୁଦ୍ଧା ସମସ୍ତ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି କହିଛନ୍ତି।

ଆରବି-୦୦୧ ମଡେଲର ପ୍ରଥମ ରାଫେଲ ଯୁଦ୍ଧ ବିମାନ ଗତ ମାସରେ ଭାରତ ସରକାର ଗ୍ରହଣ କରିଥିଲେ। ଗତମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତରେ ଯାଇ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଥିଲେ। ତେବେ ଅନ୍ୟ ଦୁଇଟି ଯୁଦ୍ଧ ବିମାନ କେବେ ଭାରତ ସରକାରଙ୍କୁ ହସ୍ତାନ୍ତର କରାଗଲା, ସେ ସମ୍ପର୍କରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ କୌଣସି ସୂଚନା ଦେଇ ନାହାନ୍ତି।



from Odisha Reporter https://ift.tt/2O68Psf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages