ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ସୁଇପର ବୋଲି ଜଣାପଡିଛି। ତାଙ୍କ ନାଁ ବାବୁ ସାହୁ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ରେ।
ଆଜି ସକାଳେ ଇସ୍କନ ମନ୍ଦିର ପରିସରରେ ଥିବା ଏକ ପାଇଖାନାରେ ତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ପହଞ୍ଚି ଛାନଭିନ୍ କରୁଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନାଯୋଗ୍ୟ, ବାବୁ ଇସ୍କନ ମନ୍ଦିର ପରିସରରେ ଝାଡ଼ୁ କରୁଥିଲେ।
from Odisha Reporter https://ift.tt/2XLor7N
No comments:
Post a Comment