ୱାଶିଂଟନ୍: ‘କିଙ୍ଗ୍ ଅଫ୍ ପପ୍’ ମାଇକେଲ୍ ଜ୍ୟାକ୍ସନ୍ଙ୍କ ବାୟୋପିକ୍ ତିଆରି ହେବ। ଏଥିରେ ତାଙ୍କ ପୂରା ଜୀବନରେ ଘଟିଥିବା ସମସ୍ତ ଘଟଣା ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ, ପ୍ରଯୋଜକ ଗ୍ରାହମ୍ କିଙ୍ଗ୍ ଏହି ବାୟୋପିକ୍ ତିଆରି କରିବେ। ଏଥିପାଇଁ ତାଙ୍କୁ ରାଇଟ୍ସ ମଧ୍ୟ ମିଳିସାରିଲାଣି।
ଗ୍ରାହମ୍ କିଙ୍ଗ୍ ଏହା ପୂର୍ବରୁ ଫିଲ୍ମ ‘ବୋହେମିଆନ୍ ରାପ୍ସୋଡି’ ତିଆରି କରିଥିଲେ, ଯାହା ଓସ୍କାର ପୁରସ୍କାର ପାଇଥିଲା। ଏହି ଫିଲ୍ମଟି ବିଗତ ଦିନର ମ୍ୟୁଜିକ୍ ସୁପର୍ଷ୍ଟାର୍ ଫ୍ରେଡି ମର୍କରୀ (୧୯୪୬-୧୯୯୧)ଙ୍କ ଜୀବନ ଉପରେ ଆଧାରିତ।
ମାଇକେଲ୍ ଜ୍ୟାକ୍ସନ୍ଙ୍କ ବାୟୋପିକ୍ ପାଇଁ କାହାଣୀ ଲେଖୁଛନ୍ତି ଜନ୍ ଲୋଗନ୍। ଫିଲ୍ମ ‘ଦ ଏଭିଏଟର୍’ରୁ ଚର୍ଚ୍ଚାକୁ ଆସିଥିଲେ ଜନ୍।
ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ମାଇକେଲ୍ ଜ୍ୟାକ୍ସନ୍ଙ୍କ ଉପରେ ଏକ ବୃତ୍ତଚ୍ଚିତ୍ର ତିଆରି ହୋଇଥିଲା। ଏହା ରିଲିଜ୍ ହେବା ପରେ ସେ ଜୀବନ ସାରା ଭୋଗିଥିବା ନାବାଳକ ଦୁଷ୍କର୍ମ ଅଭିଯୋଗ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା।
from Odisha Reporter https://ift.tt/33dlePx
No comments:
Post a Comment