ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ପ୍ରଥମାଷ୍ଟମୀ। ଏହି ଅବସରରେ ଓଡ଼ିଆ ଘରର ବଡ଼ ପୁଅ କିମ୍ବା ଝିଅଙ୍କୁ ପୂଜାର୍ଚ୍ଚନା କରିବା ସହ ନୂଆ ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର। ଘରେ ଘରେ ହଳଦି ପତ୍ର ପିଠା ପ୍ରସ୍ତୁତି ଚାଲିଛି। ଆଜିର ଦିନରେ ପୋଢ଼ୁଆଁ ହେବେ ପ୍ରଭୁ ବଳଭଦ୍ର। ଏଥିପାଇଁ ଗତକାଲି ନିଆଳି ପ୍ରାଚୀ ନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର ଯାଇଛି।
ବିଶ୍ୱାସ ରହିଛି, ମାଧବାନନ୍ଦ ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ମାମୁଘର। ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ପୌରାଣିକ ପ୍ରମାଣ ନଥିଲେ ମଧ୍ୟ ଲୋକ ବିଶ୍ୱାସରୁ କାହିଁ କେଉଁ କାଳରୁ ଏଠାରୁ ପୋଢୁଆଁ ଭାର ପୁରୀ ଶ୍ରୀମନ୍ଦିର ଯାଉଥିଲା। ଏହି ପରମ୍ପରାକୁ ପୁନର୍ଜୀବିତ ରଖିବା ଉଦ୍ଦେଶ୍ୟରେ ମାଧବ ମନ୍ଦିର ଟ୍ରଷ୍ଟ, ନିଯୋଗ ଓ ସ୍ଥାନୀୟ ଅଞ୍ଚଳବାସୀ ବଳଭଦ୍ରଙ୍କୁ ପୋଢୁଆଁ କରିବାକୁ ୭ ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆଁ, ପିଠା, ଫଳମୂଳ ଭାର ଧରି ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀମନ୍ଦିରରେ ଗତକାଲି ପହଞ୍ଚିଥିଲେ।
from Odisha Reporter https://ift.tt/37iLWtk
No comments:
Post a Comment