ନୂଆଦିଲ୍ଲୀ: ଆଗାମୀ ଦିନରେ ସ୍କୁଲ ପରିସରରେ ଏବଂ ସ୍କୁଲଠୁ ୫୦ ମିଟର ମଧ୍ୟରେ ଜଙ୍କ ଫୁଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିପାରେ। ଏଭଳି ନିର୍ଦ୍ଦେଶ ଦେବାକୁ ଏଫଏସଏସଏଆଇ ଚିନ୍ତା କରିଛି। ଜଙ୍କ ଫୁଡର ବିଜ୍ଞାପନ ମଧ୍ୟ ସ୍କୁଲର ୫୦ ମିଟର ଭିତରେ ଲଗାଇ ହେବ ନାହିଁ। ଏ ନେଇ ଏକ ପ୍ରସ୍ତାବ ଫୁଡ ବିଜନେସ ଅପରେଟର ପାଖକୁ ପଠାଯାଇଛି। ଛୋଟ ପିଲାମାନେ କିଭଳି ସୁସ୍ଥ ଖାଦ୍ୟ ଖାଇବେ ତାହା ଉପରେ ଗୁରୁତ୍ୱ ଦେଇଛି ଏଫଏସଏସଏଆଇ।
ଦିନକୁ ଦିନ ଘରୋଇ ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ୍ ବା ଚଟପଟି ଖାଦ୍ୟ ଲୋକଙ୍କର ରୁଚିରେ ପରିଣତ ହୋଇଛି। ଯାହାକି ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସ୍କୁଲ ଛାତ୍ରଛାତ୍ରୀ ଏବେ ଏହି ଖାଦ୍ୟ ପ୍ରତି ଅଧିକ ରୁଚି ରଖୁଥିବା ଦେଖିବାକୁ ମିଳିଛି। ଯାହାକୁ ନଜରରେ ରଖି ଏଫଏସଏସଏଆଇ ଏଭଳି ପ୍ରସ୍ତାବ ଦେଇଛି। ଏମିତିକି ଯେଉଁ କମ୍ପାନୀ ଜଙ୍କ୍ ଫୁଡ୍ ବିକ୍ରି କରୁଛନ୍ତି ସେମାନଙ୍କୁ ପାଖରୁ ଏଫଏସଏସଏଆଇ ୩୦ ଦିନ ମଧ୍ୟରେ ଏହି ପ୍ରସ୍ତାବ ଉପରେ ଜବାବ ମାଗିଛି।
from Odisha Reporter https://ift.tt/33mt8ae
No comments:
Post a Comment