ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରରେ ସାମିଲ୍ ହେବା ପାଇଁ ଦଳୀୟ ବିଧାୟକ ଏବେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। କଂଗ୍ରେସ ଯଦି ମେଣ୍ଟ ସରକାରରେ ସାମିଲ ନହେବ ତା’ହେଲେ ଆଗାମୀ ଦିନରେ ରାଜ୍ୟରୁ କଂଗ୍ରେସ ମୂଳପୋଛ ହୋଇଯାଇପାରେ। ଏଭଳି କହିଛନ୍ତି ରାଜସ୍ଥାନ ଜୟପୁରର ଏକ ହୋଟେଲର ଥିବା କଂଗ୍ରେସ ବିଧାୟକ। ଯାହାକି କଂଗ୍ରେସ ଅଧ୍ୟକ୍ଷାଙ୍କୁ ଚିନ୍ତାରେ ପକାଇଛି। ଏନସିପି ସହ କଂଗ୍ରେସର କୌଣସି ମତଭେଦ ନଥିବାବେଳେ ଶିବସେନାକୁ ଗ୍ରହଣ କରିବା କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଦଳୀୟ ବିଧାୟକଙ୍କ ଲିଖିତ ସମର୍ଥନ ସତ୍ତ୍ୱେ କଂଗ୍ରେସ ମଙ୍ଗଳବାର ସନ୍ଧ୍ୟା ପୂର୍ବରୁ ଶିବସେନାକୁ ସମର୍ଥନ ପତ୍ର ଦେଇନଥିଲା। ଫଳରେ ଶିବସେନା ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କ ନିର୍ଦ୍ଦେଶ ମୁତାବକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସରକାର ଗଢ଼ିପାରିନଥିଲା। ଏହାପରେ ଏନସିପିକୁ ରାଜ୍ୟପାଳ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ। ହେଲେ କଂଗ୍ରେସ ସମର୍ଥନ ବାବଦରେ ଟାଳଟୁଳ ନୀତି କରିବାରୁ ଏନିସିପି ସରକାର ଗଢ଼ିବାକୁ ପଛ ଘୁଞ୍ଚା ଦେଇଥିଲା।
ସୂଚନାଯୋଗ୍ୟ, ନିର୍ବାଚନରେ ସର୍ବାଧିକ ଆସନ ପାଇଥିବା ଦଳ ବିଜେପି ଏକାକୀ ସରକାର ଗଢ଼ିବ ନାହିଁ ବୋଲି ଘୋଷଣା କରିଛି। ଏହାପରେ ରାଜ୍ୟର ତିନି ପ୍ରମୁଖ ଦଳ ଶିବସେନା, କଂଗ୍ରେସ ଏବଂ ଏନସିପି ମେଣ୍ଟ କରି ସରକାର ଗଢ଼ିପାରିବେ। ଏହି ତିନି ଦଳ ମଧ୍ୟରୁ କେହି ଜଣେ ବି ସମର୍ଥନ ନକଲେ ମହାରାଷ୍ଟ୍ରରେ ସରକାର ଗଢ଼ିବା ସମ୍ଭବ ନୁହେଁ।
ଅନ୍ୟପଟେ ଶିବସେନାର ହିନ୍ଦୁତ୍ୱ ଏଜେଣ୍ଡା ପାଇଁ କଂଗ୍ରେସ ଅଧ୍ୟକ୍ଷ ମେଣ୍ଟରେ ସାମିଲ ହେବେ କି ନାହିଁ ଚିନ୍ତାରେ ପଡ଼ିଥିବା ସୂଚନା ରହିଛି। ନିର୍ବାଚନ ହେଳେ ବୀର ସାଭରକରଙ୍କୁ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ବୋଲି କଂଗ୍ରେସ କହୁଥିବା ବେଳେ ଶିବସେନା ତାଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରୁଥିଲା। ତେଣୁ ଏବେ ଯଦି ଶିବସେନା ସହ କଂଗ୍ରେସ ମେଣ୍ଚ କରିବ ଏହାର ଅର୍ଥ ଗାନ୍ଧିଙ୍କୁ ହତ୍ୟାକାରୀଙ୍କୁ ଭାରତ ରତ୍ନ ଦେବାକୁ ଦାବି କରୁଥିବା ଦଳକୁ କଂଗ୍ରେସ କୋଳେଇ ନେଲା। ଯାହାକି ଆଗାମୀ ଦିନରେ କଂଗ୍ରେସକୁ ଅଡ଼ୁଆରେ ପକାଇବ।
ସେହିପରି ମହାରାଷ୍ଟ୍ରର ପୂର୍ବତନ ପିସିସି ସଭାପତି ସଞ୍ଜୟ ନିରୂପମ ମଧ୍ୟ ଶିବସେନା ସହ ମେଣ୍ଟକୁ ଖୁଲମଖୁଲା ବିରୋଧ କରୁଛନ୍ତି।
from Odisha Reporter https://ift.tt/2CI0Zys
No comments:
Post a Comment