‘ଟିକ୍‌ଟକ୍’ ଏକ ଆପ୍ ନା ସଂସ୍କୃତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

‘ଟିକ୍‌ଟକ୍’ ଏକ ଆପ୍ ନା ସଂସ୍କୃତି ?

ଝିଅ ହୁଅନ୍ତୁ କିମ୍ୱା ପୁଅ ସମସ୍ତଙ୍କର ଏବେ ଗୋଟିଏ ଚିନ୍ତା। ସକାଳୁ ଉଠିଲେ କିପରି ଟିକ୍‌ଟକ୍‌ ଭିଡିଓଟିଏ କରି ଅପଲୋଡ୍‌ କରିବେ ଏବଂ ଗଦା ଗଦା ଲାଇକ୍‌ କମେଣ୍ଟ ହାସଲ କରିବେ, ସେଥିପାଇଁ ରାତି ସାରା ନିଦ ହେଉନି। ଏଥିରୁ ହିଁ ସହଜରେ ଅନୁମାନ କରାଯାଇପାରେ ଯେ ଚାଇନିଜ୍‌ ଆପ୍ ‘ଟିକ୍‌ଟକ୍’ ଆମ ସାମାଜିକ ଜୀବନକୁ ଏବଂ ବିଶେଷ କରି ଯୁବପିଢ଼ିଙ୍କ ଜୀବନଶୈଳୀକୁ କେତେ ମାତ୍ରାରେ ପ୍ରଭାବିତ କରିଛି।
ଏବେକାର ଯୁବପିଢ଼ିଙ୍କୁ ପାଠପଢ଼ାର ଯେତିକି ଚିନ୍ତା ନାହିଁ, ତାଠାରୁ ଅଧିକ ଚିନ୍ତା, ଭଲ ଟିକ୍ଟକ୍‌ ଭିଡିଓ କରିବା। ଭଲ ଅର୍ଥାତ ହଜାର ହଜାର ଲାଇକ୍, କମେଣ୍ଟ ଏବଂ ଫଲୋୟର ସାଉଁଟିବା। ଯାହାର ସଦ୍ୟତମ ଉଦାହରଣ ହେଉଛି ରାଉରକେଲାରେ କିଛି ଦିନ ତଳେ ଘଟିଥିବା ଏକ ଘଟଣା। ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା ରାଉରକେଲାର ଜଣେ ଯୁବକ ଟିକ୍‌ଟକ୍‌ କରି ଛାତରୁ ପଡ଼ିବା ପରେ ବି ହସ୍ପିଟାଲରେ ବେଡ୍‌ରେ ଟିକ୍‌ଟକ୍‌ ଭିଡିଓ ଶୁଟ୍‌ କରିଥିଲେ। ଯାହାକୁ ପଢ଼ିବା ପରେ ଟିକ୍‌ଟକ୍ ଯେ ବର୍ତ୍ତମାନର ପିଢ଼ିଙ୍କ ମାନସିକ ଅବସ୍ଥା ଉପରେ କେତେ ପ୍ରଭାବ ପକାଇଛି, ତାହା ସହଜରେ ଅନୁମେୟ।

କେବଳ ରାଉଲକେଲା ନୁହେଁ କିଛିଦିନ ତଳେ ମାଲକାନାଗିରି ମେଡିକାଲ୍‌ରେ କାର୍ଯ୍ୟରତ ନର୍ସମାନେ ସଦ୍ୟ ଜନ୍ମିତ ଶିଶୁମାନଙ୍କ ସହିତ ଟିକ୍‌ଟକ୍‌ ଭିଡିଓ କରି ଅଡ଼ୁଆରେ ପଡ଼ି ଯାଇଥିଲେ। ଏହାପରେ ଅନ୍ୟ ହସ୍ପିଟାଲରେ ବିବାଦୀୟ ଟିକ୍‌ଟକ୍‌ ଭିଡିଓ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ତେବେ କେବଳ ଓଡ଼ିଶାରେ ନୁହେଁ, ଟିକ୍‌ଟକ୍‌କୁ ନେଇ ସାରା ଦେଶରୁ ଏପରି ଅନେକ ଦୁର୍ଘଟଣା ଦେଖିବାକୁ ମିଳିଛି।

ଜାତୀୟ ସ୍ତରରେ ଯଦି ଉଦାହରଣ ନେବା, ତାମିଲନାଡୁରେ ଜଣେ କଲେଜ୍‌ ଷ୍ଟୁଡେଣ୍ଟ ବାଇକ୍ ଚଲାଇ ଟିକ୍‌ଟକ୍‌ ଭିଡିଓ କରୁଥିବାରୁ ସନ୍ତୁଳନ ହରାଇବାରୁ ମୃତ୍ୟୁ ହୋଇଥିଲା। ସେହିଭଳି ବିହାରର ଜଣେ ଯୁବକ ଟିକ୍‌ଟକ୍‌ ଭିଡିଓ କରିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ ଏବଂ ନଦୀ ସୁଅରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ପଞ୍ଜାବର ଜଣେ କୃଷକ ଚାଷ କରୁଥିବା ସମୟରେ ଚଳନ୍ତା ଟ୍ରାକ୍ଟଟର୍‌ ସହିତ ଟିକ୍‌ଟକ୍‌ ଭିଡିଓ କରି ଜୀବନ ହରାଇଥିଲେ। ସେହିଭଳି ଦିଲ୍ଲୀରେ ୧୯ ବର୍ଷୀୟ ଜଣେ ଯୁବକ ଟିକ୍‌ଟକ୍‌ ଭିଡିଓ କରିବା ପାଇଁ ବନ୍ଧୁକ ବ୍ୟବାହର କରିଥିଲେ ଏବଂ ଭୁଲ ବଶତଃ ବନ୍ଧୁକ ଫୁଟିବାରୁ ଯୁବକଙ୍କର ମୃତ୍ୟୁ ହୋଇଥିଲା।

ତଥ୍ୟ ଅନୁସାରେ ସାରାବିଶ୍ୱରେ ୫୦୦ ନିୟୁତ ଟିକ୍‌ଟକ୍‌ ୟୁଜରଙ୍କ ମଧ୍ୟରୁ କେବଳ ଭାରତରେ ଏହାର ୩୯ ପ୍ରତିଶତ ରହିଛନ୍ତି। ଗୋଟିଏ ପଟେ ଆମେ ଚାଇନା ତିଆରି ଜିନିଷ ବର୍ଜନ କରିବା ପାଇଁ ନାରା ଦେଉଥିବା ବେଳେ ଅନ୍ୟ ପଟେ ଭାରତରେ ଟିକ୍‌ଟକ୍‌କୁ ଏକ ସଂସ୍କୃତି ଭାବେ ଆପଣାଇ ନେଇଛନ୍ତି। ଅନ୍ୟ ପ୍ରକାରରେ କହିବାକୁ ଗଲେ ଆଧୁନିକ ଜୀବନଶୈଳୀର ଅନ୍ୟତମ ଅଙ୍ଗ ପାଲଟିଯାଇଛି ଟିକ୍‌ଟକ୍‌।

ଭାରତୀୟ ଯୁବପିଢ଼ିଙ୍କ ସହ ଯଦି ଚାଇନାର ଯୁବପିଢ଼ିଙ୍କ ସହ ତୁଳନା କରାଯାଏ ସେଠାକାର ଯୁବକଯୁବତୀ ନିଜର ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳରେ ଆଗକୁ ବଢୁଥିବା ବେଳେ ଚାଇନା ଆପ୍ ଟିକ୍‌ଟକ୍‌ ଭାରତୀୟ ଯୁବପିଢ଼ିଙ୍କୁ ଧୀରେ ଧୀରେ ପଙ୍ଗୁ କରିବାରେ ଲାଗିଛି। ଯଦି ଅନୁଶୀଳନ କରାଯାଏ ଟିକ୍‌ଟକ୍‌କୁ ଏକ ଆଡିକ୍ସନ୍ କିମ୍ୱା ମାନସିକ ବ୍ୟାଧିରେ ପରିଣତ ହୋଇଛି ବୋଲି ମଧ୍ୟ କୁହାଯାଇପାରେ। ଅନ୍ୟ ଅର୍ଥରେ କହିଲେ ଭାରତରେ ଏକ ଟିକ୍‌ଟକ୍‌ ସଂସ୍କୃତି ତିଆରି ହୋଇଛି। ଯେଉଁ ସଂସ୍କୃତିକୁ ବର୍ତ୍ତମାନର ଯୁବପିଢ଼ି ଆପଣାଇ ନେଇଛନ୍ତି। ଏଭଳି ଆପ୍‌ରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ମଧ୍ୟ ବଡ଼ ବିପଦ ଭାବେ ଉଭା ହୋଇଛି। ପୂର୍ବରୁ ଆମେରିକାରେ ଟିକ୍‌ଟକ୍‌ ୟୁଜର୍‌ଙ୍କର ବ୍ୟକ୍ତିଗତ ତଥ୍ୟ ଏକତ୍ର କରୁଥିବା ଅଭିଯୋଗ କରି ଏଫ୍‌ଟିସି(Federal Trade Commission)ରେ ଏକ ମାମଲା ଦାୟର୍‌ ହୋଇସାରିଛି। ଏପରିକି ଅନ୍‌ଲାଇନ୍ ପ୍ରାଇଭେସି ପ୍ରୋକ୍ଟସନ୍‌ ଆକ୍ଟ ଅନୁସାରେ ୟୁଜରଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହେଉଛି।

ଅନେକ ସମୟରେ ଟିକ୍‌ଟକ୍‌ ଭିଡିଓ କରିବା ପାଇଁ ସେଲେବ୍ରିଟିଙ୍କୁ ଚଳନ୍ତା କାର୍‌ ସାମ୍ନାରେ ନାଚିବା, ପଶୁପକ୍ଷୀଙ୍କୁ ଦୁର୍ବ୍ୟବହାର, ଅଶ୍ଳୀଳତା, ଅଶ୍ଳୀଳ ସାହିତ୍ୟ ଏବଂ ସାଇବର୍‌ କ୍ରାଇମ୍‌ର ମାତ୍ର ବଢ଼ିବାରେ ଲାଗୁଛି। ଏହାର କୌଣସି ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ପୋର୍ନୋଗ୍ରାଫିକୁ ଉତ୍ସାହିତ କରି ଅଶ୍ଳୀଳ ଭିଡିଓ କରିବା, ଛୋଟ ଛୁଆଙ୍କୁ ପଥଭ୍ରଷ୍ଟ କରିବା ଓ ହତ୍ୟାର କାରଣ ସାଜୁ ଥିବାରୁ ଟିକ୍‌ଟକ୍‌ ଉପରେ ମାଡ୍ରାସ୍‌ ହାଇକୋର୍ଟ ଏପ୍ରିଲ୍‌ ୪ ତାରିଖରେ ରୋକ ଲଗାଇଥିଲେ।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଉଛି, ବିଜେପିର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜଣେ ୪୦ ବର୍ଷୀୟ ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି ଫୋଗଟ୍‌ଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଯାଇଥିଲା। ତେଣୁ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ, ଏଥିରେ ଥିବା ସେଲେବ୍ରିଟିଙ୍କୁ ପ୍ରୋତ୍ସାହିତ କରିବା ସହିତ ସମାନ ବୋଲି ମଧ୍ୟ କୁହାଯାଇପାରେ।

ଯଦି ମହିଳାଙ୍କ କ୍ଷେତ୍ରରେ ଦେଖିବା ଟିକ୍‌ଟକ୍‌କୁ ସେମାନେ ଏକ ସ୍ୱାଧୀନତା ବୋଲି ଭାବି ନେଇଥିବା ମନେହେଉଛି। ତଥ୍ୟ ଅନୁସାରେ ଟିକ୍‌ଟକ୍‌ ୭୫ ପ୍ରତିଶତ ୟୁଜର ହେଉଛନ୍ତି ମହିଳା। ନିଜର ଦକ୍ଷତା ଦେଖାଇବା ପାଇଁ ସାଧାରଣ ମହିଳା ମଧ୍ୟ ରାତାରାତି ଟିକ୍‌ଟକ୍‌ ଜରିଆରେ ହିରୋଇନ୍‌ ହେବାର ସ୍ୱପ୍ନ ଦେଖୁଛନ୍ତି। ଏପରିକି ଘରେ ପିତାମାତା ମଧ୍ୟ ନିଜ ପିଲାଙ୍କୁ ଟିକ୍‌ଟକ୍‌ କରିବା ପାଇଁ ପ୍ରୋତ୍ସାହିତ କରିବା ଅନେକ ସମୟରେ ଦେଖିବାକୁ ମିଳିଛି। ଗୋଟିଏ ପଟେ ଟିକ୍‌ଟକ୍‌ ଯୁବପିଢ଼ିଙ୍କ ପଥଭ୍ରଷ୍ଟ କରୁଥିବାବେଳେ ଏହାକୁ ଶିକ୍ଷିତ ଅଭିଭାବକ ପ୍ରୋତ୍ସାହନ ଦେବା କେତେ ଯୁକ୍ତିଯୁକ୍ତ ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ମନୋରଞ୍ଜନ ଏବଂ ମତ ପ୍ରକାଶ ସମସ୍ତଙ୍କ ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ଚିନ୍ତାର କାରଣ ହେଉଛି ଟିକ୍‌ଟକ୍‌ ଏକ ଆପ୍‌ ନୁହେଁ, ସମୟକ୍ରମେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପରିଣତ ହୋଇଛି। ଏହା ଏଭଳି ମାଡ଼ିବାରେ ଲାଗିଛି ଯାହାର ନିକଟ ଭବିଷ୍ୟତରେ ଅନ୍ତ ନାହିଁ। ଖାସ୍‌ କରି ମହିଳାଙ୍କ କ୍ଷେତ୍ରରେ ଏହାର ଗ୍ରହଣୀୟତା ଏତେ ଯେ ଭବିଷ୍ୟତରେ ଟିକ୍‌ଟକ୍‌ ଭିଡିଓ ଜାଣିନଥିବା ଝିଅଙ୍କର ବିବାହ ପ୍ରସ୍ତାବ ମଧ୍ୟ ଆସିବ ନାହିଁ। ଏହା ଶୁଣିବାକୁ ହାସ୍ୟାସ୍ପଦ ଲାଗୁଥିଲେ ବି ଟିକ୍‌ଟକ୍‌ର ଲୋକପ୍ରିୟତାକୁ ଦେଖିଲେ ଭବିଷ୍ୟତରେ ଯେ ଏପରି ନହେବ କିଏ କହିବ?



from Odisha Reporter https://ift.tt/33ADtiT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages