ଦାଦନ ଖଟିବାକୁ ଯାଇ କେରଳରେ ଆଖି ବୁଜିଲେ ଚନ୍ଦ୍ରମଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ଦାଦନ ଖଟିବାକୁ ଯାଇ କେରଳରେ ଆଖି ବୁଜିଲେ ଚନ୍ଦ୍ରମଣି

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପଟାମୁଣ୍ଡ ଗାଁର ଜଣେ ଯୁବକ ୨ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ନାଁ ଚନ୍ଦ୍ରମଣି ନାୟକ(୨୫)।

ନିଜର କିଛି ସାଙ୍ଗଙ୍କ ସହ ୨ ମାସ ପୂର୍ବେ ଚନ୍ଦ୍ରମଣି କେରଳର ତିସୁର୍ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଗତ ୧୧ ତାରିଖରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟକୁ ଖବର ଆସିଲା । ମୃତ୍ୟୁର ପୂର୍ବଦିନ ଚନ୍ଦ୍ରମଣି ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

ତେଣୁ ପରିବାର ଲୋକେ ପୁଅର ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କାରଣ ତାଙ୍କ ଶରୀରର  ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ପରିବାର ଲୋକେ କେରଳରୁ ମୃତଦେହକୁ ଧରି  ଘରକୁ ଫେରୁଥିବା ଜଣାଯାଇଛି।   



from Odisha Reporter https://ift.tt/33Qkj8G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages