ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।
ଏନେଇ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ପୂର୍ବ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ ବର୍ତ୍ତମାନର ଜଳବାୟୁ ସ୍ଥିତି ଯାହା, ବାତ୍ୟା ପାଇଁ ପାଗ ସୁହାଉଛି। ବାତ୍ୟା ‘ମହା’ ଦୁର୍ବଳ ହେଲେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ବଳ ମିଳିବ। ଆସନ୍ତା ୬ ବା ୭ ତାରିଖ ଆଡ଼କୁ ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହେବାର ସମ୍ଭାବନା ଅଛି। ତେଣୁ ୮ ତାରିଖ ପରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନ ବେଗ ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ଏହାର ପ୍ରଭାବ ଅଧିକ ରହିବ।”
from Odisha Reporter https://ift.tt/32dbswf
No comments:
Post a Comment