ଦାୟିତ୍ୱ ନେଲେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ଦାୟିତ୍ୱ ନେଲେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ୍‌ର  ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି । କଟକ ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ।

ରାଜ୍ୟ ସରକାର ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ନୂତନ ଡିଜିପି । ରାଜ୍ୟରେ ଆଇନ୍ ଶୃଙ୍ଖଳା କିପରି ଠିକ୍ ରହିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ । ଏଥିସହ ସମସ୍ତ ଅଧିକାରୀଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁ ରୂପେ ପରିଚାଳନା କରିବେ। ନୂଆ ଡିଜିପି ଦାୟିତ୍ୱ ନେବା ପର୍ଯ୍ୟନ୍ତ ଏହି ସମସ୍ତ ଦାୟିତ୍ୱ ସୁଚାରୂ ରୂପେ ତୁଲାଇବେ ବୋଲି  ସେ ଗଣମାଧ୍ୟମକୁ ଜଣାଇଛନ୍ତି।

୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି  ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି, ଜେଲ୍ ଡିଜି ଏବଂ ଟ୍ୱିନ୍ ସିଟି ପୋଲିସ୍ କମିଶନର ଭାବେ ଦାୟିତ୍ୱ ସମ୍ଭାଳି ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ଗତକାଲି ରାତିରେ କାଗଜପତ୍ରରେ ସେ ଦାୟିତ୍ୱ ନେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ,  ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ  ଡିଜିପି ଦାୟିତ୍ୱ ଓ ଅଗ୍ନିଶମ ବିଭାଗ ଡିଜି ପଦରୁ ବିଜୟ କୁମାର ଶର୍ମାଙ୍କୁ ବିଦା ହେବାକୁ ପଡ଼ିଛି।  ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।  ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଏହି କମିଟିରେ ସଦସ୍ୟ ଅଛନ୍ତି।



from Odisha Reporter https://ift.tt/2pCPxl3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages