ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ଶବାନା ଆଜ୍‌ମୀ, ତବୁ, ଐଶ୍ୱର୍ଯ୍ୟା ରୟ ବଚ୍ଚନ, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ଭଳି ବଲିଉଡ୍ ଅଭିନେତ୍ରୀମାନେ ହଲିଉଡ୍‌ରେ ମଧ୍ୟ କାମ କରିଛନ୍ତି। ଆଉ ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି ବଲିଉଡ୍‌ର ୟଙ୍ଗ ଟ୍ୟାଲେଣ୍ଟ ଆଲିଆ ଭଟ୍ଟଙ୍କ ନାଁ। ସେ ବି ହଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯୋଜନା କରୁଛନ୍ତି। କୁହାଯାଉଛି, ଏଥିପାଇଁ ସେ ହଲିଉଡ୍‌ରେ ଜଣେ ଏଜେଣ୍ଟ ଖୋଜୁଛନ୍ତି, ଯିଏ କି ତାଙ୍କୁ ଏଥିରେ ସାହାଯ୍ୟ କରିପାରିବେ।

ଏପରିକି ଆଲିଆ ଏବେ ଇଣ୍ଟରନ୍ୟାସ୍‌ନାଲ୍‌ ଅଡିସନ୍‌ ଓ କାଷ୍ଟିଂ ବିଷୟରେ ଅପଡେଟ୍‌ ରହିବା ପାଇଁ ହଲିଉଡ୍‌ରେ ଜଣେ ମ୍ୟାନେଜର ବି ଖୋଜୁଥିବା ଖବର ମିଳିଛି। ଅଞ୍ଜୁଲା ଆଚାରିଆଙ୍କ ଭଳି ଜଣେ ଯୋଗ୍ୟ ମ୍ୟାନେଜର ଓ  ଇଣ୍ଟରନ୍ୟାସନାଲ୍ ସେଲେବ୍ରିଟି ଏଜେଣ୍ଟ ଖୋଜୁଛନ୍ତି ଆଲିଆ। ଅଞ୍ଜୁଲା ହିଁ ପ୍ରିୟଙ୍କାଙ୍କୁ ହଲିଉଡ୍‌ରେ ଏଣ୍ଟ୍ରିରେ ସାହାଯ୍ୟ କରିଥିଲେ। ଆଲିଆ ଏବେ ଲସ୍ଏଞ୍ଜଲସ୍‌ରେ ଛୁଟି କାଟୁଛନ୍ତି। ସେଠାକାର କିଛି ଫୋଟକୁ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର୍ କରିଛନ୍ତି।

 

View this post on Instagram

🧚‍♂️

A post shared by Alia 🌸 (@aliaabhatt) on

 

View this post on Instagram

👀

A post shared by Alia 🌸 (@aliaabhatt) on

View this post on Instagram

potato & leek 🍵

A post shared by Alia 🌸 (@aliaabhatt) on

ସୂଚନାଯୋଗ୍ୟ, ଆଲିଆଙ୍କ ହାତରେ ବର୍ତ୍ତମାନ ବଲିଉଡ୍‌ର କିଛି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ତାଙ୍କର ଅପ୍‌କମିଂ ଫିଲ୍ମ ହେଉଛି ‘ବ୍ରହ୍ମାସ୍ତ୍ର’, ଯାହା ଆସନ୍ତା ମାସରେ ରିଲିଜ୍ ହେବ। ଏଥିରେ ତାଙ୍କ ସହିତ ରଣବୀର କପୁର ମଧ୍ୟ ଅଛନ୍ତି। ଏଥିସହ ଆଲିଆ ନିଜ ହୋମ୍‌ ପ୍ରଡକ୍ସନ୍‌ ଫିଲ୍ମ ‘ସଡ଼କ ୨’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ଆଲିଆଙ୍କ ବ୍ୟତୀର ଆଦିତ୍ୟ ରାୟ କପୁର, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ଅଛନ୍ତି।

 



from Odisha Reporter https://ift.tt/2PTHgDW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages