ହ୍ୱାଟସଆପ୍ ଡାଟା ହ୍ୟାକ୍ ନେଇ ସରକାରଙ୍କୁ ସୂଚନା ଦେଇଥିଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ହ୍ୱାଟସଆପ୍ ଡାଟା ହ୍ୟାକ୍ ନେଇ ସରକାରଙ୍କୁ ସୂଚନା ଦେଇଥିଲା!

ନୂଆଦିଲ୍ଲୀ: ଗତମାସ ଶେଷ ସପ୍ତାହରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ୧୨୧ ଜଣ ଭାରତୀୟଙ୍କୁ ଟାର୍ଗେଟ କରିଥିଲା। ଏ ନେଇ ହ୍ୱାଟସଆପ୍ ସରକାରଙ୍କୁ ଅବଗତ କରାଇଥିଲା ବୋଲି ଜତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଫେସବୁକ ଚଳିତବର୍ଷ ମେ ମାସରେ ସରକାରଙ୍କୁ ସ୍ୱାଇଓ୍ୱେୟାର ଡାଟା ହ୍ୟାକ ନେଇ ଅବଗତ କରାଇଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ସେପ୍ଟମ୍ୱରରେ ଫେସବୁକର ସହଯୋଗୀ କମ୍ପାନୀ ହ୍ୱାଟସଆପ ସରକାରଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଡାଟା ହ୍ୟାକକୁ ନେଇ ଏବେ ବିରୋଧୀ କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଏମିତିକି ସରକାର ଲୋକଙ୍କ ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ଦେବାରେ ବିଫଳ ବୋଲି କଂଗ୍ରେସ ନେତା ରଣଦୀପ ସୁରଜଓ୍ୱାଲା କହିଛନ୍ତି।

ଅନ୍ୟପଟେ କେନ୍ଦ୍ର ସରକାର ଏବେ ହ୍ୱାଟସଆପକୁ ଜବାବ ମାଗିଛନ୍ତି ଡାଟା ହ୍ୟାକ ମାମଲାରେ। ହ୍ୱାଟସଆପ ପକ୍ଷରୁ 5 ମାସ ଭିତରେ ସରକାରଙ୍କ ପ୍ରତିନିଧିଙ୍କୁ ଅନେକ ଥର କିଛି ଅଧିକାରୀ ଭେଟିଥିଲେ। ହେଲେ ଏହି ଭେଟଘାଟ ବେଳେ ଡାଟା ହ୍ୟାକ ବାବଦରେ କୌଣସି ଆଲୋଚନା ହୋଇନଥିଲା ବୋଲି ଜଣେ ସରକାରୀ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଥିଲେ। କେବେଳ ବୈଷୟିକ ତ୍ରୁଟି ବାବଦରେ ଆଲୋଚନା ହୋଇଥିଲା ବୋଲି ସେ କହିଥିଲେ। ସେହିପରି ଗତ ଶୁକ୍ରବାର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ, ସରକାର କାହାର ଡାଟା ହ୍ୟାକ କରିନାହାନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ। ସରକାର ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବା ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ।



from Odisha Reporter https://ift.tt/2WJJeby

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages