ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି । ପ୍ରେମ ଜନିତ ସମ୍ପର୍କରୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ହତ୍ୟାକାଣ୍ଡରେ ୨ରୁ ୩ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିବା ବେଳେ ସେମାନଙ୍କ ଟେର୍ ପାଇପାରିନି ପୁଲିସ୍। ମୃତକ ହେଲେ ରାମଚନ୍ଦ୍ରପୁର ଗାଁର ଶଙ୍କର ପାହାନ।
ଗତକାଲି ବିଳମ୍ବିତ ରାତିରେ ଶଙ୍କର ବାଇକ୍ ଧରି କେଶପୁର ନିକଟ ପେଟ୍ରୋଲ ପମ୍ପକୁ ଆସିଥିଲେ। ସେଠାରୁ ତେଲ ପକାଇ ଘରକୁ ଫେରୁଥିବା ବେଳେ ୨ରୁ ୩ ଦୁର୍ବୃତ୍ତ ପହଞ୍ଚି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ କାଠ ଫାଳିଆ, ଇଟା, ପଥରରେ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଏହା ଦେଖି ଭୟଭୀତ ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଚେଷ୍ଠା କରିନଥିଲେ। ଖଲ୍ଲିକୋଟ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
from Odisha Reporter https://ift.tt/2XCZDPp
No comments:
Post a Comment