ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ନେଇ ଗତକାଲିଠୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ଆଜି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବନ୍ଦ ଘରର କବାଟ ଖୋଲିବା ପରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ କହିଛି।
ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେବା ପରେ କାଲି ରାତିରେ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ୍ ପହଞ୍ଚିଥିଲା। ହେଲେ ରାତି ହୋଇଥିବାରୁ ଘର ଖୋଲା ଯାଇପାରିନଥିଲା।
ଉକ୍ତ ଭଡ଼ା ଘରେ ଏକ ଶ୍ରମିକ ଦମ୍ପତି ସେମାନଙ୍କ ପୁଅ ସହିତ ରହୁଥିଲେ। ହେଲେ ୨ ଦିନରୁ ଊର୍ଦ୍ଧ୍ୱ ହେବ ଉକ୍ତ ଘରଟି ବନ୍ଦ ଥିବା ବେଳେ ସେଠାରୁ ଦୁର୍ଗନ୍ଧ ବାହାରୁଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଶଙ୍କା ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ମୃତ ମହିଳାଙ୍କ ସ୍ୱାମୀ ଓ ପୁଅଙ୍କ ଖୋଜ ଖବର ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।
from Odisha Reporter https://ift.tt/2QoKAHp
No comments:
Post a Comment