ଗରିବୀ ଆଗରେ ହାର ନ ମାନି ବଞ୍ଚାଇ ରଖିଛନ୍ତି ଲୋକ କଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

ଗରିବୀ ଆଗରେ ହାର ନ ମାନି ବଞ୍ଚାଇ ରଖିଛନ୍ତି ଲୋକ କଳା

ବାଲିଗୁଡ଼ା(ଅଜିତ ନାୟକ): ବୟସର ଅପରାହ୍ନରେ ବି ଝଲକୁଛି ଯୁବ ସୁଲଭତା। ଫୁର୍ତ୍ତିଲା ଚେହେରା ସାଙ୍ଗକୁ ହସ ହସ ମୁହଁରେ ସଙ୍ଗୀତର ମୂର୍ଚ୍ଛନା।  ହାତରେ  ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ବାଦ୍ୟ ‘ଡେକା’।  ଏପରି ବ୍ୟକ୍ତି ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ର ସିକରମାହା ଗାଁର ଶ୍ରାମ୍ବୁସା ପ୍ରଧାନ। ବୟସ ପାଖାପାଖି ୭୦ ହେବ। ପାଟିରୁ ଦାନ୍ତ ବି ଖସିଗଲାଣି। ହେଲେ ଏବେ ବି  ‘ଡେକା’ର ତାଳ ଓ ଶ୍ରାମ୍ବୁସାଙ୍କ କଣ୍ଠର ସ୍ୱର ଅନେକ ଲୋକଙ୍କୁ ମନରୋଞ୍ଜନର ଖୋରାକ ଯୋଗାଉଛି।

ଲୋକ କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ କରି ଚାଲିଛନ୍ତି ନିରନ୍ତର ପ୍ରୟାସ । ତେବେ ଲୋକକଳାର ଏହି ସାଧକଙ୍କୁ ଜୀବନ ଜିଇଁବା ପାଇଁ  ଏବେ ବି କରିବାକୁ ପଡୁଛି ଖୁବ୍‌ ସଂଗ୍ରାମ ।  ‘ଡେକା’ ବଜାଇ ଗୀତ ଗାଇ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ।  ନା ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଚାଳିଆ ଅଛି ନା ଅଛି ସ୍ଥାୟୀ ଘର। ଏତିକିରେ ସରିନି ଶ୍ରାମ୍ବୁସାଙ୍କ ଦୁଃଖ। ଏ ବୟସରେ ବି ସେ ମୁଣ୍ଡାଇ ଚାଲିଛନ୍ତି  ମାନସିକ ବିକୃତ ପୁଅ, ସ୍ତ୍ରୀ  ଓ ନାତୁଣୀର ବୋଝ। ତଥାପି ଗରିବୀ ଆଗରେ ହାର ନ ମାନି ଲୋକ କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚେଷ୍ଠା ଜାରି ରଖିଛନ୍ତି।

ଏନେଇ ଡେକା କଳାକାର ଶ୍ରାମ୍ୱୁସା ପ୍ରଧାନ କହିଛନ୍ତି,“ମୋ ବାପା ଓ ଜେଜେ ବାପାଙ୍କଠାରୁ ‘ଡେକା’ ବଜାଇବା ଶିଖିଛି। ମୁଁ ‘ଡେକା’ ବଜାଇ ମାଗି ମାଗି ଖାଉଛି। ସରକାରଙ୍କ ତରଫରୁ ଏ ଯାଏ ମୋତେ କିଛି ସାହାଯ୍ୟ ମିଳିନି। କଳାକାର ଭତ୍ତା କି ଘର ଖଣ୍ଡେ ପାଇନି। କୁଡ଼ିଆ କରି ରହିଛୁ। ସରକାର ମୋତେ ସାହାଯ୍ୟ କଲେ ଭଲ ହୁଅନ୍ତା।”

ଶ୍ରାମ୍ୱୁସା ପିଲାଟି ଦିନରୁ ‘ଡେକା’ ବଜାନ୍ତି। ଏଥିସହ ତାଙ୍କ ଗୀତ ଏହି ଅଞ୍ଚଳରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ତାଙ୍କ ଗୀତ ଯେ କେହି ବି  ଶୁଣିଲେ ଆତ୍ମବିଭୋର ହୋଇପଡ଼ନ୍ତି। ଏମିତିକି  ରାଜ୍ୟ ତଥା ରାଜ୍ୟ ବାହାରୁ ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ତାଙ୍କ ଗୀତ ଶୁଣି ବେସ୍‌ ଖୁସି  ହୁଅନ୍ତି। ସେ  ଜିଲ୍ଲାର ପାରମ୍ପରିକ କୁଇ ଗୀତ, ଆଧ୍ୟାତ୍ମିକ ଗୀତ ମଧ୍ୟ ବେଶ୍‌ ଭଲ ଭାବେ ଗାଇ ଥାଆନ୍ତି।

ଏହି ଅନନ୍ୟ କଳାର ଅଧିକାରୀ ହୋଇଥିବା ଶ୍ରାମ୍ୱୁସାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି।  ପାରମ୍ପରିକ ବାଦ୍ୟଯନ୍ତ୍ର ‘ଡେକା’ର ସ୍ଥାନ କନ୍ଧମାଳ ଜିଲ୍ଲାରେ ସ୍ୱତନ୍ତ୍ର ରହିଥିଲେ ମଧ୍ୟ ଏହି ପ୍ରତିଭାବାନ କଳାକାରଙ୍କୁ ଏଯାଏ ସରକାରୀ ସହାୟତା ମିଳି ନାହିଁ।  ଯାହାକୁ ନେଇ ସେହି ଅଞ୍ଚଳର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରାକର ତାଙ୍କୁ  ତୁରନ୍ତ କଳାକାର ଭତ୍ତା  ପ୍ରଦାନ ସହ ଆନୁସଙ୍ଗିକ ସୁବିଧା ଦେବାକୁ ଦାବି ହୋଇଛି।

ସାମାଜିକ କର୍ମୀ କୈଳାଶ ଦଣ୍ଡପାଟ୍ଟ କହିଛନ୍ତି,“ ଶ୍ରାମ୍ୱୁସା ଜଣେ ଅନନ୍ୟ କଳାକାର। ସେ ଲୋକକଳାର ଅନନ୍ୟ ନିଦର୍ଶନ। ସେ ଦାରିଙ୍ଗବାଡ଼ି ବଜାରରେ ଡେକା ବଜାଇ ମନୋରଞ୍ଜନ କରନ୍ତି। ଯେଉଁ ଲୋକବାଦ୍ୟ ରହିଛି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି, ତାକୁ ସେ ବଞ୍ଚାଇ ରଖିଛନ୍ତି। ତାଙ୍କର ‘ଡେକା’ ବାଦନ ଯିଏ ଶୁଣିଛି ସେ ଭାବ ବିହ୍ୱଳହୋଇ ନ ହୋଇ ରହି ପାରିବ ନାହିଁ।”



from Odisha Reporter https://ift.tt/2Oai21x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages