ତାମନପାଲି ଶିଶୁ ମୃତ୍ୟୁ ଘଟଣା; କୋରାପୁଟରୁ ଗଲା ମେଡିକାଲ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ତାମନପାଲି ଶିଶୁ ମୃତ୍ୟୁ ଘଟଣା; କୋରାପୁଟରୁ ଗଲା ମେଡିକାଲ ଟିମ୍‌

ମାଲକାନଗିରି (ଜିତେନ୍ଦ୍ର ବେଉରା); ୩ ବର୍ଷ ପୂର୍ବେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜାପାନିଜ ଏନ୍ସେଫାଲାଇଟିସ୍ ରୋଗରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହି ଦୁଃଖ ମନରୁ ନ ଲିଭୁଣୁ ପୁଣି ଥରେ ଦେଖାଦେଲାଣି ଅଜଣା ରୋଗ ଆତଙ୍କ। ଏଥର ୧୫ ଦିନରେ ଆଖି ବୁଜିଲେଣି ୬ ଶିଶୁ।  ଆହୁରି ୭ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ କାଲିମେଳା ବ୍ଲକ MV-୭୯ ତାମନପପାଲିରେ ପହଞ୍ଚିଛନ୍ତି ଡାକ୍ତରୀ ଦଳ।  କୋରାପୁଟ୍ ମେଡିକାଲରୁ ଯାଇଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସୁସ୍ଥମାନଙ୍କ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ଗୁରୁତରମାନଙ୍କୁ ଏବେ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଡାକ୍ତରୀ  ଦଳ  ଗାଁରେ  ୭ ଦିନ ରହି ଅସୁସ୍ଥମାନଙ୍କ ଚିକିତ୍ସା କରିବେ। ଡାକ୍ତଙ୍କ କହିବାନୁଯାୟୀ, ପାଗ ପରିବର୍ତ୍ତନ ହେତୁ ଶିଶୁଙ୍କୁ ଏପରି ଜ୍ୱର  ହେଉଛି। ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଲେ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ଭିତରେ ୧ ବର୍ଷରୁ କମ୍ ବୟସର ଶିଶୁମାନେ ଜ୍ୱରରେ ଆକ୍ରାନ୍ତ ହେବା ସହ ସେମାନଙ୍କଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଦେଇଥିଲା।  ଶିଶୁଙ୍କୁ ଜ୍ୱର, କାଶ, ଥଣ୍ଡା ଏବଂ ବାରମ୍ବାର ବାନ୍ତି ହେଉଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୭ ଜଣ ଆକ୍ରାନ୍ତ ହୋଇଛନ୍ତି।

ଏହି ଅଜଣା ରୋଗ ବ୍ୟାପିବା ହେତୁ ତାମନପାଲି ସମେତ ଆଖପାଖ ଗାଁରେ ମଧ୍ୟ ଭୟର ବାତାବରଣ ଖେଳି ଯାଇଛି।



from Odisha Reporter https://ift.tt/2NyM2oI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages