ବିଜେପି ରାଷ୍ଟ୍ରପତି ଶାସନ ପାଇଁ ପ୍ରୟାସ କରୁଛି: ଶିବସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ବିଜେପି ରାଷ୍ଟ୍ରପତି ଶାସନ ପାଇଁ ପ୍ରୟାସ କରୁଛି: ଶିବସେନା

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ସହଯୋଗୀ ବିଜେପିକୁ ଦାୟୀ କରିଛି ଶିବସେନା। ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ଏଭଳି କହିଛନ୍ତି। ନିର୍ବାଚନ ବେଳେ ବିଜେପି ୫୦:୫୦ ଫର୍ମୁଲାରେ ସରକାର ଗଢ଼ିବା ନେଇ ରାଜି ହୋଇଥିଲା। ହେଲେ ନିର୍ବାଚନ ଫଳାଫଳ ପରେ ବିଜେପି ଏହି ଫର୍ମୁଲାରେ ସରକାର ଗଢ଼ିବା ପାଇଁ ରାଜି ହୋଇନଥିଲା। ରାଜ୍ୟରେ ବିଜେପି ସର୍ବାଧିକ ଆସନ ପାଇଥିଲେ ମଧ୍ୟ ବିରୋଧୀ ଆସନରେ ବସିବାକୁ ଇଚ୍ଛା କରୁଛି। ଏହା ବିଜେପିର ଅଂହକାର। ଯାହାକି ମହାରାଷ୍ଟ୍ରବାସୀଙ୍କୁ ଅପମାନ ବୋଲି ସଞ୍ଜୟ କହିଛନ୍ତି। ସରକାର ନଗଢ଼ି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଜେପି ପ୍ରୟାସ କରୁଛି ବୋଲି ସଞ୍ଜୟ କହିଛନ୍ତି।

ସେହିପରି ଶିବସେନାକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭଗତ ସିଂହ କୋଶିଆରି ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଶିବସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ। ହେଲେ ରାଜ୍ୟପାଳ କମ୍ ସମୟ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ସଞ୍ଜୟ। ସରକାର ଗଢ଼ିବା ପାଇଁ ବିଜେପିକୁ ୭୨ ଘଣ୍ଟାର ସମୟ ଦିଆଯାଉଥିବା ବେଳେ ତାଙ୍କ ଦଳକୁ ରାଜ୍ୟପାଳ କମ୍ ସମୟ ଦେଉଛନ୍ତି। ରାଜ୍ୟପାଳ ଅଧିକ ସମୟ ଦେଇଥିଲେ ଶିବସେନାକୁ ସରକାର ଗଢ଼ିବା ସହଜ ହୋଇପାରିଥାନ୍ତା ବୋଲି ସଞ୍ଜୟ କହିଛନ୍ତି। ଅନ୍ୟପଟେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଘରେ ପହଞ୍ଚିଛନ୍ତି ସଞ୍ଜୟ। କଂଗ୍ରେସ-ଏନସିପି ସମର୍ଥନ ବାବଦରେ ଉଦ୍ଧବ ଠାକରେଙ୍କ ସହ ସଞ୍ଜୟ ରାଉତ ଆଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବ ନାହିଁ ବୋଲି ଗତକାଲି ବିଜେପି ସ୍ପଷ୍ଟ କରିଥିଲା। ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତି ପାଟିଲ କହିଥିଲେ, ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ଜନମତ ମିଳିଛି। ରାଜ୍ୟରେ ବିଜେପି ଏକୁଟିଆ ସରକାର ଗଢ଼ିବା ସମ୍ଭବ ନୁହେଁ। ଯଦି ସହଯୋଗୀ ଦଳକୁ ସମର୍ଥନ ନକରି ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ସରକାର ଗଢ଼ିବା ପାଇଁ ଇଚ୍ଛା କରୁଛି। ବିଜେପି ଏଥିପାଇଁ ଶିବସେନକୁ ଶୁଭେଚ୍ଛା ଜଣାଉଛି। ସରକାର ଗଢ଼ିବା ନେଇ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ଶିବସେନାକୁ ଦାୟୀ କରିଥିଲା ବିଜେପି।



from Odisha Reporter https://ift.tt/2Xc9jAl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages