‘ବୁର୍ଜ ଖଲିଫା’ରେ ଶାହାରୁଖ୍‌ଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

‘ବୁର୍ଜ ଖଲିଫା’ରେ ଶାହାରୁଖ୍‌ଙ୍କ ନାଁ

ମୁମ୍ବାଇ: ଗତକାଲି ଥିଲା ବଲିଉଡ୍ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କ ୫୪ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ସୋଶାଲ୍ ମିଡିଆରେ ଗତକାଲି ଶାହାରୁଖଙ୍କ ବର୍ଥଡେ’ ଟ୍ରେଣ୍ଡ କରୁଥିଲା। ବଲିଉଡ୍ ସେଲେବ୍ରିଟିଙ୍କ ସମେତ ବଡ଼ ବଡ଼ ରାଜନେତାମାନେ ମଧ୍ୟ କିଙ୍ଗ୍ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ‘ମନ୍ନତ’ (ଶାହାରୁଖଙ୍କ ଘର) ବାହାରେ ମଧ୍ୟରାତ୍ରିରେ ଭିଡ଼ ଜମାଇଥିଲେ। ତେବେ ଏ ସବୁ ବାଦ୍ ଗତକାଲି ଦୁବାଇରେ କିଙ୍ଗ୍‌ ଖାନ୍‌ଙ୍କ ଜନ୍ମଦିନକୁ ନିଆରା ଅନ୍ଦାଜରେ ପାଳନ କରାଯାଇଥିଲା।

ବିଶ୍ୱର ସବୁଠୁ ଉଚ୍ଚା ବିଲ୍ଡିଂ ‘ବୁର୍ଜ ଖଲିଫା’ ଜରିଆରେ ଦୁବାଇବାସୀ କିଙ୍ଗ୍‌ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଲାଇଟ୍ ଶୋ’ ଓ ମ୍ୟୁଜିକ୍‌ ସହ ବେଶ୍‌ ଧୂମ୍‌ଧାମ୍‌ରେ ସେମାନେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ‘ବୁର୍ଜ ଖଳିଫା’ରେ ଶାହାରୁଖ୍‌ଙ୍କ ନାଁ ବି ଦେଖିବାକୁ ମିଳିଥିଲା।

ଶାହାରୁଖ୍‌ ହେଉଛନ୍ତି ପ୍ରଥମ ବଲିଉଡ୍‌ ଅଭିନେତା, ଯାହାଙ୍କୁ ‘ବୁର୍ଜ ଖଲିଫା’ ଜରିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଗଲା। ସେଥିପାଇଁ ଗତକାଲି ‘ବୁର୍ଜ ଖଲିଫା’ ବାହାରେ ତାଙ୍କ ଫ୍ୟାନ୍‌ମାନଙ୍କର ବେଶ୍‌ ଭିଡ଼ ଜମିଥିଲା। ଏହାର ଏକ ଭିଡିଓ ଶାହାରୁଖ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି ଓ ଦୁବାଇବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଭିଡିଓଟି ଏବେ ଭାଇରାଲ୍‌ ହେଉଛି। ଫ୍ୟାନ୍‌ମାନେ ଏଥିରେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି।

ସୂଚନାଯୋଗ୍ୟ, ଶାହାରୁଖ୍‌ଙ୍କୁ ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା, ଯାହା ଗତବର୍ଷ ଡିସେମ୍ବର ମାସରେ ରିଲିଜ୍ ହୋଇଥିଲା। କୁହାଯାଉଛି, ଖୁବ୍‌ଶୀଘ୍ର ସେ ତାଙ୍କର ନୂଆ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିବେ।

 



from Odisha Reporter https://ift.tt/2NzILo3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages