ବାଣୀଙ୍କ ସହ ମିଶି ଠୁମ୍‌କା ଲଗାଇଲେ ଦେଶୀ ଗର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ବାଣୀଙ୍କ ସହ ମିଶି ଠୁମ୍‌କା ଲଗାଇଲେ ଦେଶୀ ଗର୍ଲ

ମୁମ୍ବାଇ: ନିକଟରେ ରେନ୍‌ଡ୍ରପ୍‌ ମିଡିଆ ପ୍ରତିଷ୍ଠାତା ରୋହିଣୀ ଆୟରଙ୍କ ପାର୍ଟିରେ ଯୋଗ ଦେଇଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। କେବଳ ପ୍ରିୟଙ୍କା ନୁହେଁ, ବଲିଉଡ୍‌ର ଅନ୍ୟ କିଛି କଳାକାର ମଧ୍ୟ ଏହି ପାର୍ଟିରେ ସାମିଲ୍‌ ହୋଇଥିଲେ। ପାର୍ଟିରେ ଅଭିନେତ୍ରୀ ବାଣୀ କପୁରଙ୍କ ସହ ପ୍ରିୟଙ୍କା ‘ଘୁଙ୍ଗୁରୁ’ ଗୀତରେ ନାଚ କରିଥିଲେ।

ହ୍ରିତିକ୍‌, ଟାଇଗର୍‌ ଶ୍ରୋଫ୍‌ ଓ ବାଣୀଙ୍କ ଅଭିନୀତ ‘ୱାର୍‌’ ଫିଲ୍ମର ଏକ ଫେମସ୍‌ ଟ୍ରାକ୍‌ ହେଉଛି ‘ଘୁଙ୍ଗୁରୁ’। ଏହି ଗୀତର ସିଗ୍ନେଚର ସ୍ଟେପ୍‌ କରିବାକୁ ବି ପାର୍ଟିରେ ପ୍ରିୟଙ୍କା ଚେଷ୍ଟା କରିଥିଲେ। ବାଣୀ ଓ ପ୍ରିୟଙ୍କା ଏହି ଗୀତରେ ନାଚିଥିଲେ ଓ ଖୁବ୍‌ ମସ୍ତି କରିଥିଲେ।

ଦୁହେଁ ନାଚିବା ସମୟର ଭିଡିଓକୁ ‘ଫିଲ୍ମିକୁକ୍‌’ ତା’ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର କରିଛି। ଏହି ଭିଡ଼ିଓକୁ ଦେଖିବା ପରେ ପ୍ରିୟଙ୍କା ଓ ବାଣୀଙ୍କ ପ୍ରଶଂସକ ମାନେ ଖୁବ୍‌ କମେଣ୍ଟ କରିଥିଲେ। ଫ୍ୟାନ୍‌ମାନଙ୍କୁ ଏ ଦୁହିଁଙ୍କ ନାଚ ବେଶ୍ ପସନ୍ଦ ଆସିଥିଲା।

ସୂଚନାଯୋଗ୍ୟ, ନିକଟରେ ପ୍ରିୟଙ୍କାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ସହ ଫର୍‌ହାନ୍‌ ଅଖତର ଓ ଜାୟରା ୱାସିମ୍‌ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

 



from Odisha Reporter https://ift.tt/2QMXZJM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages