‘ବିଗ୍‌ ବସ୍‌’ ଦେଲା ବଡ଼ ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

‘ବିଗ୍‌ ବସ୍‌’ ଦେଲା ବଡ଼ ଝଟ୍‌କା

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ରୁ ଗତକାଲି ତିନି ଜଣ ପ୍ରତିଯୋଗୀଙ୍କୁ ବାହାର କରି ଦିଆଯାଇଛି। ସେମାନେ ହେଲେ ଶେଫାଳି ବାଗା, ରଶ୍ମି ଦେଶାଇ ଓ ଦେବୋଲିନା ଭଟ୍ଟାଚାର୍ଯ୍ୟ। ବିଶେଷ କରି ରଶ୍ମି ଓ ଦେବୋଲିନାଙ୍କ ଏଲିମିନେସନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଟେଲିଭିଜନ୍‌ ଦୁନିଆର ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ବିବି’ ଘରୁ ଏତେ ଶୀଘ୍ର ବାହାରିଯାଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ରଶ୍ମି ଓ ଦେବୋଲିନାଙ୍କର ଫ୍ୟାନ୍‌ ସଂଖ୍ୟା ବହୁତ ଅଧିକ। ତା’ସହିତ ଦୁହେଁ ଘରର ଅନ୍ୟତମ ଦମଦାର୍‌ ପ୍ରତିଯୋଗୀ ମଧ୍ୟ ଥିଲେ। ଆଉ ଏସବୁ ସତ୍ତ୍ୱେ ସେମାନଙ୍କୁ ‘ବିବି’ ଘରୁ ବାହାର କରି ଦିଆଯାଇଛି।

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି, ରଶ୍ମି ଓ ଦେବୋଲିନା ‘ବିଗ୍‌ ବସ୍‌’ ଘରୁ ବାହାରକୁ ଯାଇ ନାହାନ୍ତି। ସେମାନଙ୍କୁ ଏକ ସିକ୍ରେଟ୍‌ ରୁମ୍‌ରେ ରଖାଯାଇଛି। ସେଠାରେ ରହି ସେମାନେ ଘରର ଅନ୍ୟ ସଦସ୍ୟଙ୍କ ଉପରେ ନଜର ରଖିବେ। ହେଲେ ଏହି କଥାରେ କେତେ ସତ୍ୟତା ଅଛି, ତାହା ଆଗାମୀ ଏପିସୋଡ୍‌ରେ ହିଁ ଜଣାପଡ଼ିବ।

ଏହି ତିନି ଜଣ ‘ବିବି’ ଘରୁ ବାହାରିବା ପରେ ଏବେ ଆଉ ୬ ଜଣ ୱାଇଲ୍ଡ କାର୍ଡ଼ ଏଣ୍ଟ୍ରି ନେବେ। ସେମାନେ ହେଉଛନ୍ତି- ଭୋଜପୁରୀ ଅଭିନେତା କେଶରୀ ଲାଲ୍‌ ଯାଦବ, ‘କାଣ୍ଟା ଲଗା’ ଫେମ୍ ଶେଫାଳି ଜରିୱାଲା, ତହସିନ୍ ପୁନାୱାଲା, ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା, ବିକାଶ ପାଠକ ଓ ମଡେଲ୍ ତଥା ରଶ୍ମି ଦେଶାଇଙ୍କ କଥିତ ବୟଫ୍ରେଣ୍ଡ ଅରହାନ୍ ଖାନ୍।

 



from Odisha Reporter https://ift.tt/2PH1XTC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages