ଓଲଟି ପଡ଼ିଲା ପାଣି ଟ୍ୟାଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

ଓଲଟି ପଡ଼ିଲା ପାଣି ଟ୍ୟାଙ୍କର

ବୀରମିତ୍ରପୁର(ରାକେଶ ସାହୁ):  ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ‘କଚା’  ଛକରେ ଗତ ରାତିରେ ଏକ ପାଣି ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ଚାପି ହୋଇ ହେଲପର୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର  ଆହତ ହୋଇଛନ୍ତି।  ମୃତକ ତେଲିପୋଷ ଗ୍ରାମ ସଂଲଗ୍ନ ବିରଙ୍ଗା ଟୋଲା ବସ୍ତିର  ସନ୍ତୋଷ ତିଗା ବୋଲି ଜଣାଯାଇଛି। ସେହିପରି ଆହତ ଡ୍ରାଇଭର ରାଜେନ୍ଦ୍ରଙ୍କ ଘର ବୀରମିତ୍ରପୁର ତଲସେରା ଗାଁରେ । ତାଙ୍କୁ ଆରଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ନଅଟା ସମୟରେ ଟ୍ୟାଙ୍କରଟି ପାଣି ନେଇ ‘କଚା’ରୁ  ହାତୀବାରିକୁ ଯାଉଥିଲା। ଏହି ସମୟରେ  ଏକ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।  ପୁଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2pp6TBV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages