ବଲାଙ୍ଗୀର(ଘଟେଶ୍ୱର ମିଶ୍ର ): ବିଭିନ୍ନ ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବଲାଙ୍ଗିର ଆକ୍ସନ କମିଟି । ବଲାଙ୍ଗିରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ ରାସ୍ତା ନିର୍ମାଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି କମିଟି।
ବଲାଙ୍ଗିର ବନ୍ଦ ଯୋଗୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ସମେତ ବୀମା ଓ ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦୋକାନ ବଜାର, ସ୍କୁଲ, କଲେଜ, ଗାଡି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି । ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ।
from Odisha Reporter https://ift.tt/2qkaGRv
No comments:
Post a Comment