ଜନ୍ମଦିନରେ ବାନ୍ଧବୀକୁ ଦୁଷ୍କର୍ମ କରି ନୂଆ ଡ୍ରେସ ପିନ୍ଧାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

ଜନ୍ମଦିନରେ ବାନ୍ଧବୀକୁ ଦୁଷ୍କର୍ମ କରି ନୂଆ ଡ୍ରେସ ପିନ୍ଧାଇଲା

ହାଇଦ୍ରାବାଦ: ବୁଧବାର ତେଲେଙ୍ଗାନାର ହନମକୋଣ୍ଡା ସହରରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ବନ୍ଧୁ ସାଇ କୁମାର। ଗତକାଲି ପୁଲିସ ଅଭିଯୁକ୍ତକୁ ନିଜ ଗାଁ ନମିଲିଗୋଣ୍ଡାରୁ ଉଦ୍ଧାର କରି ଗିରଫ କରିଛି।

ପୁଲିସ ସାମ୍ୱାଦିକ ସମ୍ମିଳନୀ କରି କହିଛି, ହତ୍ୟାର ଶିକାର ଯୁବତୀ ଗ୍ରାଜୁଏସନର ପ୍ରଥମ ବିଭାଗର ଛାତ୍ରୀ। ବୁଧବାର ଦିନ ଜନ୍ମଦିନ ଅବସରରେ ଅପରାହ୍ନରେ ମନ୍ଦିରକୁ ଆସିଥିଲେ ଯୁବତୀ। ଏହି ସମୟରେ ତାଙ୍କର ୬ ମାସର ବନ୍ଧୁ ସାଇ କୁମାର ଦେଖା ହୋଇଥିଲେ। କାଜିପେଟ ନାମକ ଏକ ଜାଗାକୁ କାରରେ ବୁଲାଇ ନେବାକୁ କହି ଯୁବତୀଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ଏହାପରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ।

ଓ୍ୱାରାଙ୍ଗାଲ ପୁଲିସ କମିଶନର ବି. ରବୀନ୍ଦ୍ର କହିଛନ୍ତି, ଯୁବତୀଙ୍କ ମୃତ ଦେହକୁ ଅନ୍ୟ ଏକ ସ୍ଥାନରେ ପକାଇବା ପାଇଁ ସାଇ ନିଜର ଦୁଇ ବନ୍ଧୁଙ୍କୁ ଡାକିଥିଲା। ହେଲେ ଦୁଇ ବନ୍ଧୁ ସହଯୋଗ ନକରି ଫେରିଯାଇଥିଲେ। ପରେ ସାଇ କାରରେ ମୃତ ଶରୀରକୁ ନେଇ ଓ୍ୱାରାଙ୍ଗଲ ସହରକୁ ଯାଇଥିଲା। ହତ୍ୟାର ପ୍ରମାଣ ନଷ୍ଟ କରିବାକୁ ଯାଇ ସାଇ ଏକ ଦୋକାନରୁ ନୂଆ ଡ୍ରେସ କିଣି ଆଣି ଯୁବତୀଙ୍କୁ ପିନ୍ଧାଇଥିଲା। ଏହାପରେ ରକ୍ତାକ୍ତ ହୋଇଥିବା ଯୁବତୀଙ୍କ ଡ୍ରେସକୁ ଫିଙ୍ଗି ଦେଇଥିଲା। ଏହାପରେ ସୂର୍ଯ୍ୟାସ୍ତ ହେବାକ୍ଷଣି ହଣ୍ଟର ରୋଡକୁ ଯାଇ ମୃତ ଶରୀରକୁ ଫିଙ୍ଗି ଦେଇ ନିଜ ଘରକୁ ପଳାଇ ଆସିଥିଲା। ଏହାପରେ ପୁଲିସ ରାତି ୧୦ଟା ବେଳେ ମୃତକଙ୍କୁ ଉଦ୍ଧାର କରିଥିଲା ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଜନ୍ମଦିନ ଥିବାରୁ ପରିବାର ଲୋକଙ୍କୁ କହି ଯୁବତୀ ଜଣଙ୍କ ବୁଧବାର ସକାଳେ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ। ତେବେ ଘରକୁ ଝିଅ ନଫେରିବା ପରେ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ଏହାପରେ ଝିଅର ମୋବାଇଲ୍ ଫୋନ ବନ୍ଦ ରହିଥିବା ଦେଖାଇଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ସନ୍ଧ୍ୟା ବେଳେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ବିଳମ୍ୱିତ ରାତିରେ ପୁଲିସ ତଦନ୍ତ କରି ସହର ଭିତରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା।



from Odisha Reporter https://ift.tt/2q01hhx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages