ଆଗକୁ ଅଯୋଧ୍ୟା ମାମଲାର ଶୁଣାଣି, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ତଲବ କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ଆଗକୁ ଅଯୋଧ୍ୟା ମାମଲାର ଶୁଣାଣି, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟ ମାମଲାରେ ସୁପ୍ରିମକୋର୍ଟ କୌଣସି ମୁହୂର୍ତ୍ତରେ ଶୁଣାଣି କରିପାରନ୍ତି। ଏଥିପାଇଁ ଉତ୍ତର ପ୍ରଦେଶରେ ବିଶେଷ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସୁପ୍ରିମକୋର୍ଟ। ରାୟ ଶୁଣାଣି ପରେ ସମ୍ଭାବିତ ଆଶଙ୍କାକୁ ନଜରରେ ରଖି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ରାଜେନ୍ଦ୍ର ତିଓ୍ୱାରୀ ଡିଜିପି ଓପି ସିଂହଙ୍କୁ ତଲବ କରିଛନ୍ତି। ରାଜ୍ୟର ଦୁଇ ପ୍ରମୁଖ ଅଧିକାରୀ ପ୍ରଧାନ ବିଚାରପତିଙ୍କୁ ଭେଟି ରାଜ୍ୟର ସ୍ଥିତି ବାବଦରେ ଅବଗତ କରାଇବେ ବୋଲି ସୂଚନା ରହିଛି।

ଅଯୋଧ୍ୟା ମାମଲାକୁ ନଜରରେ ରଖି ଡିଜିପି ଓପି ସିଂହ କହିଛନ୍ତି, ‘ପୁଲିସ ୧୬୪୯ ସୋଶାଲ ମିଡିଆ ଆକାଉଣ୍ଟ ଉପରେ କଡ଼ା ନଜର ରଖିଛି। ଆବଶ୍ୟକ ପଡ଼ିଲେ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିବ। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ରଖିବାକୁ ପୁଲିସକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ କର୍ମୀ ରାସ୍ତାରେ ଚାଲି ଚାଲି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ଜିଲ୍ଲା ଅଧିକାରୀ ଧର୍ମଗୁରୁ, ମନ୍ଦିର ମଠ ପ୍ରଶାସନ ସହ ଆଲୋଚନା କରୁଛି। ୟୁପି ପୁଲିସ ପ୍ରଶାସନ ପାଖାପାଖି ୬ହଜାର ଶାନ୍ତି ବାର୍ତ୍ତା ଓ ୫୮୦୦ ଧର୍ମଗୁରୁଙ୍କୁ ଭେଟିଛି। ଏହାସହିତ ସେନା ଓ ବାୟୁସେନା ସମ୍ପର୍କରେ ୟୁପି ପୁଲିସ ରହିଛି’।

ରାଜ୍ୟର ୧୦ ହଜାର ଲୋକଙ୍କୁ ଶାନ୍ତି ନଭାଙ୍ଗିବାକୁ ନୋଟିସ କରାଯାଇଛି। ଏବେ ସୁଦ୍ଧା ୪୫୦ ଜଣଙ୍କୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି। ରାଜ୍ୟରେ ଏବେ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ଫୋର୍ସ ଅର୍ଦ୍ଧ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ତେବେ ପୂରା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ୭୦ ପ୍ଲାଟୁନ ଫୋର୍ସ ଆବଶ୍ୟକ ରହିଛି ବୋଲି ଡିଜିପି କହିଛନ୍ତି।



from Odisha Reporter https://ift.tt/2K2A1po

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages