ପ୍ରତିଶୋଧ ନେବାକୁ ଭଲ ପାଉଥିଲେ ଏଲି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ପ୍ରତିଶୋଧ ନେବାକୁ ଭଲ ପାଉଥିଲେ ଏଲି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ୍‌ରେ ପଢ଼ିବା ବେଳେ ଅଭିନେତ୍ରୀ ଏଲି ପାଢ଼ୀ ପ୍ରତିଶୋଧ ନେବାକୁ ଭଲ ପାଉଥିଲେ। ଯଦି ତାଙ୍କୁ କେହି ବିରୋଧ କରୁଥିଲା, ତା’ହେଲେ ସେ ତାଙ୍କୁ ହଇରାଣ କରୁଥିଲେ। ଏମିତିକି ନିଜ ଗ୍ରୁପ୍‌କୁ ନେଇ ତାଙ୍କୁ ପିଟିବାକୁ ବି ପଛାଉ ନଥିଲେ। ଏ କଥା ଆମେ କହୁନୁ, ଏଲି ନିଜେ କହିଛନ୍ତି।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲେବ୍ରେଟି’ର ଏକ ଏପିସୋଡ୍‌ରେ ଯୋଗଦେଇ ସେ ଏ କଥା କହିଥିଲେ। ଶୋ’ର  ହୋଷ୍ଟ୍ ତାଙ୍କୁ ତାଙ୍କ ଜୀବନର ତିନୋଟି ସିକ୍ରେଟ୍‌ ଶେଆର କରିବାକୁ କହିଥିଲେ। ସେ ସମୟରେ ଏଲି ଏହି ପ୍ରତିଶୋଧ କଥା କହିଥିଲେ।

ସେ କହିଥିଲେ ଯେ ପିଲାଦିନେ ଯେତେବେଳେ କେହି ପଡ଼ୋଶୀ ତାଙ୍କୁ ଗାଳି କରୁଥିଲେ ସେ ରାତି ଅଧରେ ଯାଇ ତାଙ୍କ ବାଡ଼ିରେ ଲାଗିଥିବା ଫୁଲ ଗଛଗୁଡ଼ିକୁ କାଟି ଦେଉଥିଲେ। ସେହିଭଳି ସ୍କୁଲ୍‌ରେ ଅନ୍ୟ ପିଲାମାନଙ୍କୁ ଧମକେଇ ସେ ନିଜ ଗ୍ରୁପ୍‌ରେ ସାମିଲ୍‌ କରୁଥିଲେ। ଯଦି କେହି ତାଙ୍କ ସାଙ୍ଗ ହେବାକୁ ମନା କରୁଥିଲା, ତା’ହେଲେ ତାଙ୍କୁ ପିଟିବାକୁ ବି ସେ ପଛାଉ ନଥିଲେ।

ଏମିତିକି ଏଲି ସ୍କୁଲ୍‌ରେ ଚିଟ୍‌ କରି ଦୌଡ଼ ପ୍ରତିଯୋଗିତା ବି ଜିତିଥିଲେ। ତାଙ୍କ ଆଗରେ କେହି ଧାଇଁଲେ ସେ ତାଙ୍କୁ ଧକ୍କା ମାରି ପକାଇ ଦେଉଥିଲେ ବୋଲି ବି କହିଥିଲେ।

ସୂଚନାଯୋଗ୍ୟ,  ‘ତାଜା ଖବର’ ଓ ‘ଷୋହଳ ପୂରି ସତର ହେବ’ ଆଦି ଆଲବମ୍‌ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି ‘ଫିଅର ଅଫ୍‌ ଦ ଇୟର’ ସିନେମାରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏଥିସହ ‘ତୁଳସୀ’, ‘ସିନ୍ଦୂର’, ‘ଅପା’, ‘ବଧୂ’, ‘ଅବୁଝା ମନ’, ‘ଟୁପୁର୍‌ ଟାପର’ ସିରିଏଲ୍‌ରେ ମଧ୍ୟ ସେ ଅଭିନୟ କରିଥିଲେ। ଏହାଛଡ଼ା ଏଲି ଅନେକ ଟିଭି ଶୋ’ର ଉପସ୍ଥାପିକା ଭାବେ ମଧ୍ୟ କାମ କରିଛନ୍ତି।

 

 



from Odisha Reporter https://ift.tt/2K2s6Zf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages