ବାହାରକୁ ଚୋରା ଚାଲାଣ ହେଉଛି ଧାନ; ୨ ଟ୍ରକ୍‌ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 29, 2019

ବାହାରକୁ ଚୋରା ଚାଲାଣ ହେଉଛି ଧାନ; ୨ ଟ୍ରକ୍‌ ଜବତ

ନବରଙ୍ଗପୁର(ନବଘନ ବିଷୋୟୀ): ରାଜ୍ୟରେ ଧାନ ବିକ୍ରି ବଟାରେ ସମସ୍ୟା ପରେ ପଡୋଶୀ ଛତିଶଗଡ଼ ଏବଂ ଆନ୍ଧ୍ରକୁ ଚାଲାଣ ହେଉଛି ଖରିଫ୍ ଧାନ। ଅଧିକ ମୂଲ୍ୟ ଏବଂ ନଗଦ ଟଙ୍କାର ପ୍ରଲୋଭନ ଦେଖାଇ ପଡ଼ୋଶୀ ରାଜ୍ୟକୁ ଧାନ ଚୋରାଚାଲାଣ କରୁଛନ୍ତି ଦଲାଲ୍ । ଯାହାର ପ୍ରମାଣ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ଜିଲ୍ଲା ଯୋଗାଣ ବିଭାଗ ଗତକାଲି ରାତିରେ ଚଢ଼ଉ କରିବା ସହ ମାଝିଗୁଡ଼ାଠାରେ ୨ଟି ଧାନ ବୋଝେଇ ଟ୍ରକକୁ ଧରିଛି। ଜବତ ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକରେ ୩ଶହ କ୍ୱିଣ୍ଟାଲ ଏବଂ ଅନ୍ୟ ଏକ ଟ୍ରକରେ ୨୪୭ କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଥିଲା । ଏସବୁ ଧାନ ଉମରକୋଟ ବ୍ଲକ ଜାମରଣ୍ଡା ପଞ୍ଚାୟତ ୟୁଭି ୧୪ର ସରକାର ଟ୍ରେଡର୍ସ ସଂସ୍ଥାର ବୋଲି ଜଣାପଡ଼ିଛି। ଯାହାକୁ କ୍ୱିଣ୍ଟାଲ ପିଛା ୧୬୧୪ ଟଙ୍କାରେ କିଣାଯାଇଥିଲା ବୋଲି ସୂଚନା ପାଇଛି ଯୋଗାଣ ବିଭାଗ ।



from Odisha Reporter https://ift.tt/2Y0N1BL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages